(କଣିହାଁ/ଜ୍ୟୋତିରଂଜନ ଧର): ସାମ୍ପ୍ରତିକ ସ୍ଥିତିରେ କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାର, ଶିଳ୍ପସଂସ୍ଥା ଓ ବିଭିନ୍ନ ସଂଗଠନ ପକ୍ଷରୁ ସଂଗ୍ରାମ ଯାରୀ ରହିଛି । ଏଭଳି ସ୍ଥିତିରେ କଣିହାଁ ବ୍ଲକସ୍ଥ ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ନିଜକୁ ଏହି ଲଢେଇରେ ସାମିଲ କରିଛି । ଶନିବାର ପୂର୍ବାହ୍ନରେ ଅନ୍ଧ କଲ୍ୟାଣ ସମିତି ଆନୁକୂଲ୍ୟରେ ଲୋକଙ୍କୁ ୩ ହଜାର ମାକ୍ସ ବିତରଣ କରିଛି । ସଂପୃକ୍ତ ସମିତିର ସଭାପତି ସୁଧାକର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିତରଣ ଉତ୍ସବରେ କଣିହାଁ ଗୋଷ୍ଠି ଉନୟନ୍ନ ଅଧିକାରୀ ରମେଶ କୁମାର ଜେନା ମୁଖ୍ୟଅତିଥି ରୂପେ ଯୋଗ ଦେଇ ମାକ୍ସ ବିତରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମିତି ସହ-ସଂପାଦକ ରୋହିତ କୁମାର ପ୍ରଧାନ, ବ୍ଲକ ଉପାଧକ୍ଷ ତ୍ରିପୁରାରୀ ପ୍ରଧାନ, ସମରବଲ୍ଲଭ ପ୍ରଧାନ, ଆଲୋକ ପ୍ରଧାନ, କିଶୋର ଚନ୍ଦ୍ର ପ୍ରଧାନ, ନିଳକଣ୍ଠ ବେହେରା ପ୍ରମୁଖ ମାକ୍ସ ବିତରଣରେ ସହଯୋଗ କରିଥିଲେ ।
previous post
next post