ଓଡିଶା

ଏକ୍ସନ କମିଟିର ନିରବ ପ୍ରତିବାଦ

ମଧୂସୁଦନ ବହିଦାର/ ବଲାଙ୍ଗୀର: ଆଜି ବଲାଙ୍ଗୀର ଏକ୍ସନ କମିଟି ତରଫରୁ ଜିଲ୍ଲାକୁ ଆସୁଥିବା ପ୍ରବାସୀଙ୍କ ଆଗମନରେ ସହର ମଧ୍ୟରେ ଘଟୁଥିବା ଅବ୍ୟବସ୍ଥାକୁ ଆଧାରରେ ୪ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ନିରବ ପ୍ରତିବାଦ ଜଣାଇଲେ ଏକ୍ସନ କମିଟି । କାରଣ କମିଟି କହିବା ଆଧାରରେ ଗତ କିଛି ଦିନ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ହଜାର ସଂଖ୍ୟାରେ ପ୍ରବାସୀ ଆସି ବଲାଙ୍ଗୀର ରେଳ ଷ୍ଟେସନରେ ଓଲ୍ହାଉଛନ୍ତି। ପ୍ରବାସୀଙ୍କ ଆଗମନକୁ କମିଟି ବିରୋଧ କରୁନାହିଁ କିନ୍ତୁ ବିରୋଧ କରାଯାଉଛି ପ୍ରଶାସନର ଅବ୍ୟବସ୍ଥାକୁ । ସହରକୁ କେବଳ ଟ୍ରେନରେ ନୁହେଁ ବସରେ ମଧ୍ୟ ପ୍ରବାସୀ ସହରକୁ ଆସି ଅନେକ ସ୍ଥାନରେ ରହଣି କରୁଛନ୍ତି। କିଛି ପ୍ରବାସୀ କ୍ଵାରେଣ୍ଟଟାଇନ ସେଣ୍ଟରରୁ ବାହାରକୁ ଯାଇ ବଜାର କରି ଜିନିଷ କିଣାକିଣି କରିବା ଭଳି ଦୃଶ୍ୟ ମଧ୍ୟ ନଜରକୁ ଆସୁଛି । ଆହୁରି ମଧ୍ୟ କମିଟି କହିଛି, ବର୍ତ୍ତମାନ ସହର ମଧ୍ୟରେ ହୁ ହୁ ହୋଇ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ହେବା ସହିତ ସହରରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ପରିମାଣରେ ହୁଗୁଳା ପରିସ୍ଥିତି ଦେଖିବାକୁ ମିଳୁଛି । ଆଗମୀ କିଛି ଦିନ ବ୍ୟବଧାନରେ ବଲାଙ୍ଗୀର ସହର ଏକ ରେଡ଼ ଜୋନ କିମ୍ବା ହଟସ୍ପର୍ଟ ହେବା ପାଇଁ ଆଉ ବେସି ଦୁର ନୁହେଁ ବୋଲି କହିଛନ୍ତି ଏକ୍ସନ କମିଟି ଆବାହକ ଶ୍ରୀ ପଣିଗ୍ରାହୀ ।

Related posts

କଂଗ୍ରେସ ସେବାଦଳ ସଦ୍ଭାବନା ସମାବେଶର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ

mahabharatanews

ଆଜିଠୁ ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ନିଆରା ଢଙ୍ଗରେ ନିଜର ଜନ୍ମଦିବସ ପାଳିଲେ ସମାଜସେବୀ ସଦାଶିବ

mahabharatanews