ଓଡିଶା

ନିଆରା ଢଙ୍ଗରେ ନିଜର ଜନ୍ମଦିବସ ପାଳିଲେ ସମାଜସେବୀ ସଦାଶିବ

ଭୁବନେଶ୍ୱର: ସମାଜସେବୀ ତଥା ଖଦି ଗ୍ରାମୋଦ୍ୟଗ ବୋର୍ଡର ସଦସ୍ୟ ସଦାଶିବ ଜେନା ତ।।ଙ୍କର ଜନ୍ମଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସକାଳୁ ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ପାଣ୍ଡରା ନିକଟସ୍ଥ କିମ୍ଭିରିଆ ବସ୍ତି ଅଞ୍ଚଳରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଖାଦ୍ୟ ପ୍ୟାକେଟ, ମାସ୍କ ବଣ୍ଟନ କରାଯାଇଥିଲା । ତା ପରେ ପଳାଶୁଣି, ହାଇଟେକ ହସ୍ପିଟାଲ, ବାଲିଅନ୍ତା, ଗୋପାଳପୁର, ଯାଜପୁର ରୋଡ଼, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ରକ୍ତଭଣ୍ଡାର ଓ ଆମ ରାଜ୍ୟ ବାହାରେ ଝାରଖଣ୍ଡ, ମଧ୍ୟ ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗରେ ଏକ ଦିନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରମାନଙ୍କରୁ ସମୁଦାୟ ଏକ ହଜାରରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ଥାଲାସେମିଆ ପୀଡିତଙ୍କ ପାଇଁ ସଂଗୃହୀତ ହୋଇଥିଲା ବୋଲି ସମର୍ପିତର ଗଣମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ ଜଣାଇଛନ୍ତି।

Related posts

ଯୁକ୍ତ ଦୁଇରେ ଏନଟିପିସି ଡିଏଭି ଛାତ୍ରୀ ପ୍ରିୟଙ୍କା ଟପ୍ପର

mahabharatanews

ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ : ଗାଏବ ହୋଇଗଲା ୧୭ କିଲୋ ରୁପା, ୫ ଲକ୍ଷ ଟଙ୍କା

mahabharatanews

ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁରରେ

mahabharatanews