କଟକ/ଆଦର୍ଶ ରାଉତ: ଆଜି ଗଜ ଉଦ୍ଧାର ବେଳେ ଓଡ୍ରାଫ ବୋଟ ବୁଡି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଏଡିଜି (ଆଇନ ଶୃଙ୍ଖଳା) ଆର କେ ଶର୍ମା । ସେ ଘଟଣାସ୍ଥଳରେ ପହଞ୍ଚି ସେଠାକାର ସ୍ଥିତି ତଦାରଖ କରିଫେରିଛନ୍ତି । କେଉଁ ପରିସ୍ଥିତିରେ ବୋଟଟି ବୁଡିଲା? କେଉଁ ସୁରକ୍ଷା ପଦକ୍ଷେପ ନିଆଯାଇଥିଲା ଓଡ୍ରାଫ ଟିମ ଦ୍ୱାର ପାଣିଭିତରକୁ ଯିବା ପୂର୍ବରୁ ନିଆଯାଇଥିଲା? କାହା ନିର୍ଦ୍ଦେଶରେ ଓଟିଭିର ଦୁଇ ପ୍ରତିନିଧିଙ୍କୁ ବୋଟରେ ସବାର କରାଯାଇଥିଲା ତାର ମଧ୍ୟ ତଦନ୍ତ କରୁଛନ୍ତି ଏଡିଜି । ତଦନ୍ତରେ ଯିଏ ଦୋଷୀ ମିଳିବ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବିଭାଗ ।
ଆଜି ମୁଣ୍ଡଳୀ ବ୍ୟାରେଜରେ ଫସି ରହିଥିବା ହାତୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଓଡ୍ରାଫ ଟିମ । ଓଡ୍ରାଫ ଟିମ ଏକ ବୋଟ ଯୋଗେ ହାତୀ ନିକଟକୁ ଯାଇଥିଲା । ହାତୀକୁ ଉଦ୍ଧାର କରିବାକୁ । ଓଡ୍ରାଫ ଟିମ ସହ ସେହି ବୋଟରେ ଓଟିଭିର ଯୁବ, ଉଦ୍ଦୀୟମାନ ତଥା ଦୁର୍ବିପାକ ସାମ୍ବାଦିକତାରେ ମହାରଥୀ ହାସଲ କରିଥିବା ଅରିନ୍ଦମ ଓ ତାଙ୍କ ସହଯୋଗୀ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଯାଇଥିଲେ । ହାତୀ ନିକଟରେ ବୋଟି ମଧ୍ୟ ପହଞ୍ଚି ଯାଇଥିଲା । କିନ୍ତୁ ହଠାତ୍ କଣ ହେଲା କେଜାଣି ବୋଟ ଓଲଟିପଡିଲା । ଫଳରେ ବୋଟରେ ଥିବା ମୋଟ ୭ ଜଣ ପାଣି ସୁଅରେ ଭାସି ଯାଇଥିଲେ । ତେବେ ଏନଡିଆରଏଫ ଓ ଓଡ୍ରାଫ ୬ ଜଣଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ ।
