ଓଡିଶା

ଏଣିକି କାଠ ଚେୟାରରେ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ 

(ପୁରୀ) :  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଦିବ୍ୟାଙ୍ଗ ଭକ୍ତଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହ୍ବିଲ ଚେୟାର ନୁହଁ ବରଂ କାଠ ଚେୟାରରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ । ଏନେଇ କାଠ ଚେୟାର ନିର୍ମାଣ ହୋଇଛି ।

ସୂଚନାନୁଯାୟୀ , ଏଥିଲାଗି ପ୍ରଥମେ ଦିବ୍ୟାଙ୍ଗ ଭକ୍ତମାନଙ୍କୁ ଅନଲାଇନରେ ପଞ୍ଜିକରଣ କରିବାକୁ ପଡିବ । ଅନଲାଇନ୍ ପଞ୍ଜିକରଣ ପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ । ବାହକମାନଙ୍କ ସହାୟତାରେ କାଠ ଚେୟାରରେ ବସି ଦିବ୍ୟାଙ୍ଗ ଭକ୍ତ ମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ତେବେ ପ୍ରଥମ ପର୍ଯ୍ୟାୟରେ ୨୦ଟି କାଠ ଚେୟାର ନିର୍ମାଣ କରାଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଠାରୁ ସକାଳ ଧୂପ ଶେଷ ମଧ୍ୟରେ ଦିବ୍ୟାଙ୍ଗ ଭକ୍ତମାନେ ଏହି ସ୍ୱତନ୍ତ୍ର କାଠ ଚେୟାରରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପଞ୍ଜିକରଣ କରିଥିବା ସମସ୍ତ ଦିବ୍ୟାଙ୍ଗ ଭକ୍ତ ମାସରେ ଥରେ ମାତ୍ର ଦର୍ଶନ କରିପାରିବେ । ସେମାନଙ୍କୁ ପ୍ରଥମେ ହୁଇଲ୍ ଚେୟାରରେ ଉତ୍ତରଦୁଆର ନିକଟକୁ ନିଆଯିବା ପରେ ସେଠାରୁ ସ୍ୱତନ୍ତ୍ର କାଠ ଚୌକି ଯୋଗେ ବାହକ ମାନଙ୍କ ଦ୍ୱାରା ଘଣ୍ଟିଦ୍ୱାର ଦେଇ ଜୟବିଜୟ ଦ୍ୱାର ନିକଟରେ ଦର୍ଶନ କରିବା ବ୍ୟବସ୍ଥା କରାଯିବ ।

Related posts

ଡିଏନଏ ଟେଷ୍ଟ ରିପୋର୍ଟ: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ

mahabharatanews

ମାର୍ଚ୍ଚ ୩ ଓ ୪ ରେ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର

mahabharatanews

ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ, ୩୦ ଆହତ

mahabharatanews