ଓଡିଶା

ରାଇରଙ୍ଗପୁର: ପୁଲୱାମା ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ରାଇରଙ୍ଗପୁର: ୧୪ ଫେବୃଆରୀ ୨୦୧୯ରେ ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ । ସେହି ମହାନ ସହିଦଙ୍କ ସମ୍ମାନାର୍ଥେ ରାଇରଙ୍ଗପୁର ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବଜରଙ୍ଗ ସେନା ଏବଂ ଅଗ୍ରଣୀ ମହିଳା ଅନୁଷ୍ଠାନ ଫମା ବୈଷ୍ଣବୀ ଦେବୀ ମହିଳା ସମିତି ଆନୁକୂଲ୍ୟରେ ଏକ ବିଶାଳ କେଣ୍ଡେଲ ଶୋଭାଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରିଥିଲା । ପରେ ବିଜୁପଟ୍ଟନାୟକ ଛକ ପାଖରେ କ୍ୟାଣ୍ଡେଲ ଜଳାଇ ଦିବଂଗତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଆଜିର ଦିନଟିକୁ ଯୁବକ/ଯବତୀ ଭାଲେଣ୍ଟାଇନ ଡେ ରୂପେ ପାଳୁଥିବା ବେଳେ ବଜରଙ୍ଗ ସେନା ଏବଂ ମହିଳା ସମିତି ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିବାରୁ ସେମାନଙ୍କ ସାଧୁ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Related posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୧୮ ଦିନ  

mahabharatanews

ଶ୍ରୀ ମନ୍ଦିର ଚାରି ପାଖରୁ ବ୍ୟବସାୟ ପ୍ରତିଷ୍ଠାନ ଉଛେଦ ପ୍ରକ୍ରିୟା ଆରମ୍ଭ

mahabharatanews

ବଜ୍ରପାତରେ ୧୯ଗାଈ ମୃତ୍ୟୁ

mahabharatanews