ଓଡିଶା

ଏନ୍ଟିପିସି କଣିହାଁ ପକ୍ଷରୁ ଆତଙ୍କବାଦୀ ବିରୋଧୀ ଦିବସ ପାଳିତ

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ଏନଟିପିସି ବୃହତ ତାପଜ ବିଦ୍ୟୁତ୍ କେନ୍ଦ୍ର ପକ୍ଷରୁ ଶୁକ୍ରବାର ପ୍ଲାଂଟ ପରିସରରେ ଥିବା ପ୍ରଶାସନିକ ଭବନ ପରିସରରେ ଆତଙ୍କବାଦୀ ବିରୋଧୀ ଦିବସ ପାଳିତ ହୋଇଯାଇଛି । ଗତବର୍ଷ ଭଳି ଚଳିତ ବର୍ଷ ମେ’୨୧ତାରିଖକୁ ଆତଙ୍କବାଦୀ ବିରୋଧୀ ଦିବସ ପାଳନ ଅବସରରେ କୋଭିଡି-୧୯କୁ ଦୃଷ୍ଟିରେ ରଖି ପ୍ରକଳ୍ପ ଅଧିକାରୀ ସେମାନଙ୍କ ଅଫିସ୍ ପରିସରେ ଆତଙ୍କବାଦୀ ବିରୋଧୀ ପ୍ରତିଶୃତି ନିମନ୍ତେ ସପଥ ପାଠ କରିଥିଲେ । ଏନଟିପିସି ପ୍ରକଳ୍ପ ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭିଡିଓ କନଫରେନଂ୍ସି (ମାଇକ୍ରୋସଫ୍ଟ ଟିମ୍) ଜରୀଆରେ ବରିଷ୍ଠ ଅଧିକାରୀ ମାନଙ୍କୁ ସପଥ ପାଠ କରାଇଥିଲେ । ସାମାଜିକ ଦୂରତା ରଖିବା, ଆତଙ୍କବାଦୀ ବିରୋଧରେ ଆଜୀବନ ଲଢେଇ ଯାରୀ ରଖିବା, ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ, ସୈାହାଦ୍ଦ୍ୟ ପୂର୍ଣ୍ଣ ବାତାବରଣ କାର୍ଯ୍ୟ କରିବା ନେଇ ପ୍ରକଳ୍ପ ମୂଖ୍ୟ ଶ୍ରୀ ନାଗ ସପଥ ପାଠ କରି କର୍ମଚାରୀ ମାନଙ୍କୁ ନେତୃତ୍ୱ ନେବାପାଇଁ ପରାମର୍ଶ ଦେଇଥିଲେ । ଏହିଦିନ କୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏନଟିପିସି, କଣିହାଁ ପ୍ରକଳ୍ପ ଆତଙ୍କବାଦୀ ବିରୋଧୀ ଦିବସ ପାଳନ କରାଯାଇଥାଏ ବୋଲି ଏନ୍ଟିପିସି ଲୋକସମ୍ପର୍କ ଅଧିକାରୀ ଅମିତ୍ ବେହେରା ପ୍ରକାଶ କରିଛନ୍ତି ।

Related posts

ଆଉ ୩ ଦିନ ବର୍ଷିବ

mahabharatanews

ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଯୁଗ୍ମ ପ୍ରଶାସନିକ ଜନଶୁଣାଣି

mahabharatanews

୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ

mahabharatanews