ଭୁବନେଶ୍ୱର: ଏସଟିଏଫ ହାତରେ ସଫିକୁଲ ଶେଖ ନାମକ ଆନ୍ତଃରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀ । ତା ନିକଟରୁ ମିଳିଛି ୧ କେଜି ୪୨ ଗ୍ରାମ ବ୍ରାଉନସୁଗାର । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ ହେବ ବୋଲି କ୍ରାଇମ ବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି ।
ଟାଙ୍ଗି ନିକଟରେ ଏକ ବଡ ଧରଣର ବ୍ରାଉନ୍ଗାର କାରବାର ନେଇ କ୍ରାଇମ ବ୍ରାଞ୍ଚ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ଆଜି ୧୬ନଂ ଜାତୀୟ ରାଜପଥରେ ଏସଟିଏଫ ପକ୍ଷରୁ ଜୋରଦାର ଯାଞ୍ଚ ଚାଲିଥିବା ବେଳେ ଟାଙ୍ଗି ନିକଟରୁ ବ୍ରାଉନସୁଗାର ବେପାରୀ ସଫିକୁଲ ଶେଖ୍ ଏସଟିଏଫ ହାତରେ ଲାଗିଥିଲା । ତା ନିକଟରୁ ପୁଲିସକୁ ମିଳିଥିଲା ୧ କେଜି ୪୨ ଗ୍ରାମ୍ ବ୍ରାଉନସୁଗାର । ବ୍ରାଉନ ସୁଗାର ଜବତ ହେବା ପରେ ସଫିକୁଲକୁ ଗିରଫ କରିଛି । ସଫିକୁଲର ଘର ପଶ୍ଚିମବଙ୍ଗ ବେଲଡଙ୍ଗା ଜିଲ୍ଲା ପୋଲିଆପରା ଗାଁରେ ବୋଲି ଜଣାପଡିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।