ଓଡିଶା

୬୨ ତମ ପୁଲିସ ସହିଦ ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟ ପୁଲିସ ପକ୍ଷରୁ ଆଜି ପାଳନ କରାଯାଉଛି ପୁଲିସ ସହିଦ ଦିବସ । ଟ୍ୱିନ ସିଟିରେ ଏହି ଦିବସ ପାଳନ କର।।ଯାଇଛି । ଏହି ଅବସରରେ ପୋଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ହୋଇଛି ।ଏହି ଅବସରରେ ଚଳିତ ବର୍ଷ ସହିଦ ହୋଇଥିବା ୨୬ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି ଉତ୍ସବରେ ପୋଲିସ ଡିଜିଙ୍କ ସହ ବହୁ ବରିଷ୍ଠ ଆଇପିଏସ ଯୋଗ ଦେଇଛନ୍ତି।
ସେହିପରି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ୬୨ ତମ ପୁଲିସ ସହିଦ ଦିବସ ପାଳିତ ହୋଇଛି। ଭୁବନେଶ୍ୱର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାର୍ଯକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପୁଲିସ ସହିଦମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଚଳିତ ବର୍ଷ ଦେଶରେ ୩୭୭ ଜଣ ପୁଲିସ ଅଧିକାରୀ ସହିଦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ କରୋନା କାଳରେ ସହିଦ ହୋଇଛନ୍ତି।

 

Related posts

ଓଟିଡିସିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

mahabharatanews

ଏକାମ୍ର ପ୍ରକଳ୍ପର ଅଗ୍ରଗତି ନେଇ ୫-ଟି ସଚିବଙ୍କ ସମୀକ୍ଷା

mahabharatanews

ସାର, ଔଷଧ, ବିଶୋଧକ ମହଜୁଦ ରହିଛି: ମନ୍ତ୍ରୀ

mahabharatanews