ନୂଆଦିଲ୍ଲୀ: କୁନ୍ନୁର ହେଲିକାପ୍ଟର ଦୁର୍ଘଟଣାର ଆରମ୍ଭ ହୋଇଛି ତ୍ରିସର୍ଭିସ୍ତରୀୟ ତଦନ୍ତ । ବୁଧବାର ମଧ୍ୟାହ୍ନରେ ଭାରତୀୟ ବାୟୁସେନାର ଏମଆଇ ସିରିଜର ହେଲିକାପ୍ଟର କ୍ରାସ ହେବାରୁ ୧୩ ଜଣଙ୍କ ଜୀବନ ଯାଇଛି । ଏହି ହେଲିକପ୍ଟରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତ ଥିଲେ । ଏହି ହେଲିକ୍ରାପ୍ଟ କ୍ରାସର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବାୟୁସେନା । କାଲିଠାରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ତଦନ୍ତ ଏୟାର ମାର୍ଶଲ ମାନବେନ୍ଦର ସିଂହଙ୍କ ନେତୃତ୍ୱରେ ହେଉଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ତଦନ୍ତ ନିର୍ଦ୍ଦେଶ ପରେ ଏୟାର ମାର୍ଶାଲ ମାନବେନ୍ଦର ସିଂହଙ୍କ ଟିକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏୟାର ମାର୍ଶଲ ମାନବେନନ୍ଦର ନିଜେ ଜଣେ ଦକ୍ଷ ପାଇଲଟ । ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରୁ ଆଜି ବ୍ଲାକ ବକ୍ସ ଠାବ ହୋଇଛି । ବ୍ଲାକ୍ ବକ୍ସ ଯାଞ୍ଚ ପରେ ଘଟଣା ସମ୍ପର୍କରେ ଜଣାପଡିବ । ଦୁର୍ଘଟଣା ଖରାପ ପାଗ ପାଇଁ ନାଁ ବୈଷୟିକ ତ୍ରୁଟିରୁ ଏପରି ଘଟଣା ଘଟିଥିବା ଜଣାପଡିବ ଯାଞ୍ଚ ପରେ ।
ବୁଧବାର ଜେନେରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟର୍ରେ ଉଡ଼ାଣ ଭରିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଥିଲା।
next post