ନୂଆଦିଲ୍ଲୀ : ଓଡିଶାକୁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ଦେଲେ ପ୍ରଧାନ ମନ୍ତ୍ରୀ | ଦେଶରେ ବେଶ ପ୍ରଶଂସା ପାଉଛି ଓଡିଶା | କାରଣ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ସବୁଠୁ ଆଗରେ | ଏଥିପାଇଁ ଅନେକ ପ୍ରଶଂସା କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ହେଉଛକି ବନ୍ୟା ବିପର୍ଯ୍ୟୟ ସମୟରେ ଓଡ଼ିଶାର ପରିଚାଳନା ଖୁବ ଭଲ । ଏଥିପାଇଁ ଓଡିଶାକୁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲଗାତାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର 2023 ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ଗ୍ରହଣ କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ | ନୂଆଦିଲ୍ଲୀ ବିଜ୍ଞାନ ଭବନରେ ତୃତୀୟ ବିପର୍ଯ୍ୟୟ ବିପଦ ହ୍ରାସ ମଞ୍ଚ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୁରସ୍କାର ବାବଦରେ 51 ଲକ୍ଷ ଟଙ୍କା ର ଆର୍ଥିକ ଅର୍ଥ ରାଶି ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
previous post