ଅପରାଧଓଡିଶା

ଜୁଆ ଆଡ୍ଡା ଉପରେ ଚଢାଉ, ୧୩ ଜୁଆଡି ଗିରଫ

ଗଞ୍ଜାମ: ଆସିକା ପୁଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି। ଜୁଆଡିଙ୍କ ଠାରୁ ନଗଦ ୮୦,୨୦୦ ଟଙ୍କା, ୧୫ଟି ମୋବାଇଲ ଓ ୨ ଟି ବାଇକ ଜବତ କରାଯାଇଛି। ଏଥିସହିତ ଆସିକା ପୁଲିସ ପକ୍ଷରୁ ୧୩ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଅସିକା ସ୍ଥିତ ଧୋବପଲ୍ଲୀ ଶିବ ମନ୍ଦିରରେ ଜୁଆ ଖେଳ ଚାଲିଥିବା ନେଇ ଆସିକା ପୁଲିସ ସୂଚନା ପାଇଥିଲା। ଜୁଆ ଖେଳ ଚାଲିଥିବା ସମୟରେ ପୁଲିସ ଅଚାନକ ଚଢାଉ କରିଥିଲା। ଚଉାଉ ସମୟରେ ଜୁଆ ଖେଳୁଥିବା ବାବନପୁର ଗ୍ରାମର ହୃଷିକେଶ ନାୟକ, ପଞ୍ଚାନନ ପ୍ରଧାନ, କଲେଜ ଛକର ଆକାଶ ସ୍ୱାଇଁ, ତିରୁପତି ଦୋରା, ଗୋଲାପଲ୍ଲୀ ଗ୍ରାମର ଚିତ୍ରସେନ ପାତ୍ର, ପି. ପଞ୍ଚାନନ ପାତ୍ର, ଯୁଗୋଳ କିଶୋର ପାତ୍ର, ଖରିଆ ଗ୍ରାମର ପପୁନ ଜେନା, ଆସିକା ପଲ୍ଲୀ ଅଞ୍ଚଳର ନୀଳାଚଳ ମହାରଣା, କେ. ନୂଆଗାଁ ଗ୍ରାମର ସୀମାଞ୍ଚଳ ବେହେରା, ଦେବଭୂମି ଗ୍ରାମର ବଳରାମ ନାୟକ, ଅସୁରେଇ ପଲ୍ଲୀ ଗ୍ରାମର ଖଦାଳ ଗୌଡ, ଗବନଳା ଗ୍ରାମର ସମୀର ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆସିକା ଥାନାଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

Related posts

ହିଞ୍ଜିଳିର ମୁଖ୍ୟ ରାସ୍ତା ପାଲଟିଛି ଗୋଶାଳା

mahabharatanews

ସାବଧାନ ! ରାତି ପାହିଲେ ଖୋଲିବ ଗେଟ

mahabharatanews

୨୨ରେ ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ

mahabharatanews