ଓଡିଶା

ହୀରାକୁଦର ୧୪ଟି ଗେଟ ଖୋଲା, ସ୍ଥିତି ଦେଖି ପୁଣି ଗେଟ୍ ଖୋଲାଯିବା 

(ହୀରାକୁଦ) : ପ୍ରବଳ ବର୍ଷା ‌ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ବୁଧବାର ୨ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ତେବେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୮.୫୮ ଫୁଟ୍‌ରେ ପହଞ୍ଚିଛି।

ସୂଚନାନୁଯାୟୀ , ଜଳଭଣ୍ଡାରକୁ ୨,୧୯,୩୩୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ସମୟରେ ୨,୬୭,୦୬୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସେଥିରୁ ସ୍ଲୁଇସ୍ ଗେଟଦେଇ ୨,୨୮,୬୬୨ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୪,୫୦୩ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଏବଂ ଜଳପ୍ରବେଶ ହାର ବଢ଼ୁଥିବାରୁ ଅଧିକ ଗେଟ୍ ଖୋଲା ଯାଇଥିଲା। ଆଜିର ସ୍ଥିତି ଦେଖି ପୁଣି ଗେଟ୍ ଖୋଲାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Related posts

୨୪ରୁ ପୁଣି ମେଘୁଆ ପାଗ 

mahabharatanews

କୋଟିପତି ବାବୁଙ୍କ ଗୋଦାମରେ ଚଢାଉ

mahabharatanews

୩ରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସମସ୍ତଙ୍କୁ ଅପିଲ 

mahabharatanews