ଓଡିଶା

ଓଡିଶାରେ ବ୍ୟୁରୋକ୍ରାଟିକ୍ ଶାସନର ବାସ୍ତବତା

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଓଡିଶାରେ ବ୍ୟୁରୋକ୍ରାଟିକ୍ ଶାସନ ଚାଲିଥିବା ନେଇ ସାଧାରଣ ଭାବେ ଚର୍ଚ୍ଚା ହେବାର ଦେଖିବାକୁ ମିଳିଥାଏ । କିନ୍ତୁ ଓଡିଶାରେ ଆଇଏଏସ ବାବୁ ମାନେ ନିଜ ଚାକିରୀକୁ ଅସୁରକ୍ଷିତ ଭାବୁଥିବା ସ୍ପଷ୍ଟ ହେଉଛି । ଗତ ୧୫ ବର୍ଷ ମଧ୍ୟରେ ୭ ଆଇଏଏସ ଚିକିରି ଛାଡିବା ସହିତ ଦୀର୍ଘ କାଳୀନ ଛୁଟିନେବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
ନିକଟରେ ଏମିତି ଦୁଇଟି ଉଦାହରଣ ସାମ୍ନାକୁ ଆସିଛି। ଗୋଟିଏ କ୍ଷେତ୍ରରେ ସ୍ଵାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଲମ୍ବା ଛୁଟିରେ ଯାଇଥିବା ବେଳେ ନିକଟରେ ଓଡ଼ିଶା ଫେରିଥିବା ମନୀଶ ବର୍ମା ସ୍ଵେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ଓଡ଼ିଶା ସରକାରଙ୍କ ତାଲିକାରେ କିନ୍ତୁ ସେ ଏବେ ଲମ୍ବା ଛୁଟିରେ ଅଛନ୍ତି।
କ୍ଷମତା ଓ ସମ୍ମାନ ଦୃଷ୍ଟିରୁ ଆକର୍ଷଣୀୟ ଚାକିରି କୁହାଯାଉଥିବା ଓଡିଶାର କିଛି ଆଇଏଏସଙ୍କ ଲାଗି ପିତା ହେବାରେ ଲାଗିଛି । ୧୫ ବର୍ଷ ଭିତରେ ଅର୍ଥାତ୍ ନବୀନ ପଟ୍ଟନାୟକଙ୍କ ଦ୍ଵିତୀୟ ମୁଖ୍ୟମନ୍ତ୍ରୀତ୍ଵ ସମୟରୁ କିନ୍ତୁ ଏ ଧାରା ନିୟମିତ ହୋଇଥିବା ଦେଖିବାକୁ ମିଳିଛି। ଅଫିସରଙ୍କ ଭିତରେ ଚାକିରି ତିକ୍ତତା ବଢ଼ିଥିବା ନଜରକୁ ଆସିଛି। ଏହି ସମୟ ଭିତରେ ୭ ଜଣ ଆଇଏଏସ୍ ଚାକରି ଛାଡ଼ିଛନ୍ତି। ଏମାନଙ୍କ ଭିତରୁ ୫ ଜଣ ହେଉଛନ୍ତି ଅଣ ଓଡ଼ିଆ ଆଇଏଏସ୍। ୨ଜଣ ରାଜନୀତିକ କ୍ଷେତ୍ରରେ ଯୋଗ ଦେଇ ବିଶେଷ ସଫଳତା ପାଇଛନ୍ତି। ଏବେ ଆଉ ଦୁଇଜଣ ଅପେକ୍ଷା କରିଛନ୍ତି କେବେ ତାଙ୍କୁ ସରକାର ଅବ୍ୟାହତି ଦେବେ। ଏହି ଅଧିକାରୀମାନେ ଯେ କାମ କରିବାରେ ଅକ୍ଷମ ହୋଇଥିଲେ ତାହା ନୁହେଁ, ବରଂ ଅନେକ ସମୟରେ ଭଲ କାମ କରିଥିବା ଯୋଗୁ ସେମାନଙ୍କୁ ଲୋକେ ଅନୁକରଣବି କରୁଥିଲେ ।
ଏହି ୧୫ ବର୍ଷ ଭିତରେ ଚାକିରି ଛାଡିଥିବା ୭ ଆଇଏଏସଙ୍କ ଭିତରୁ ୫ ଜଣ ହେଉଛନ୍ତି ଅଣ ଓଡିଆ ଅଧିକାରୀ । ସେହିପରି ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୨୭ ଆଇଏଏସ୍ଙ୍କ ଭିତରୁ ୨୨ଜଣ ହେଉଛନ୍ତି ଅଣ ଓଡ଼ିଆ ଅଧିକାରୀ।
୧୯ ୮୯ ବ୍ୟାଚ୍ ର ୟୁ ଶରତଚନ୍ଦ୍ରନ ଏବଂ ଡିଏନ୍ ଗୁପ୍ତା ୨୦୦୮ରେ ନିଜ ପଦବୀରୁ ଇସ୍ତଫା ଦେବା ପରେ ୧୯୮୫ ମସିହାର ଆଇଏଏସ ଗଗନ ଧଳ ମଧ୍ୟ ୨୦୧୯ରେ ତାଙ୍କ ପଦବୀରୁ ସେ ଇସ୍ତପା ଦେଇଥିଲେ । ପରେ ଆଇଏଏସ୍ ଛାଡ଼ି ରାଜନୀତିରେ ଯୋଗଦେଇଥିବା ଅନ୍ୟ ଦୁଇ ଅଧିକାରୀ ହେଉଛନ୍ତି ଅଶ୍ଵିନୀ ବୈଷ୍ଣବ ଏବଂ ଅପରାଜିତା ଷଡ଼ଙ୍ଗୀ। ଅଶ୍ଵିନୀ ଏବେ ରେଳମନ୍ତ୍ରୀ। ସେ ୨୦୧୦ ମସିହାରେ ଚାକିରି ଛାଡ଼ିଥିଲେ। ପରେ ସାଂସଦ ହେଲେ ଆଉ ଏବେ ରେଳମନ୍ତ୍ରୀ। ବିଏମ୍ସି କମିଶନର ଏବଂ ମିଶନ ଶକ୍ତି ନିର୍ଦେଶକ ଭାବେ ଖ୍ୟାତି ଅର୍ଜନ କରିଥିବା ଅପରାଜିତା ଏବେ ଭୁବନେଶ୍ଵର ସାଂସଦ। ୧୯୯୪ ବ୍ୟାଚ୍ ଏହି ଆଇଏଏସ୍ ୨୦୧୮ ମସିହାରେ ଚାକିରି ଛାଡ଼ି ସିଧାସଳଖ ରାଜନୀତିକୁ ଲମ୍ଫ ଦେଲେ। ଆଉ ଭୁବନେଶ୍ଵରର ଜନତା ତାଙ୍କୁ ସମର୍ଥନ କରିବାରୁ ଏବେ ସେ ସାଂସଦ।
ତେବେ ଅଧିକାରୀ ମାନେ ବିଭିନ୍ନ ସମୟରେ ଚାକିରୀ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ପଟେ ରାଜ୍ୟ ପାଇଁ ନିଯୁକ୍ତି ହେବାକୁ ଥିବା ୨୩୭ ଅଧିକାରୀଙ୍କ ଭିତରୁ ମାତ୍ର ୧୮୨ ଜଣ ନିଯୁକ୍ତ ଅଛନ୍ତି। ସେମାନଙ୍କ ଭିତରୁ ୨୭ଜଣ କେନ୍ଦ୍ରୀୟ ଡେପୁଟେସନ୍ରେ ଥିବାବେଳେ ୩ଜଣ ଛୁଟିରେ ରହିଛନ୍ତି। ୬ଜଣ ଟ୍ରେନି ଅଧିକାରୀ ଭାବେ କାର୍ୟ୍ୟ କରୁଛନ୍ତି। ପୁଣି ଜଣେ ଅଧିକାରୀଙ୍କୁ ଅନେକ ଦିନ ହେଲା ନିଲମ୍ବିତ କରାଯାଇଛି। ଅର୍ଥାତ୍ ମାତ୍ର ୧୪୧ଜଣ ଅଧିକାରୀ ଏବେ ରାଜ୍ୟ ପ୍ରଶାସନର ବିଭିନ୍ନ ଦାୟିତ୍ଵ ତୁଲାଉଛନ୍ତି। ଅର୍ଥାତ୍ ପ୍ରାୟ ୪୦ ପ୍ରତିଶତ ଆଇଏଏସ୍ ପଦବୀ ଖାଲି ପଡ଼ିଛି।

Related posts

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

mahabharatanews

ଆସନ୍ତା ୫ଦିନ ରାଜ୍ୟରେ ବଢିବ ତାତି

mahabharatanews

୧୫ରେ ଓଡିଶା ଆସିବେ ରାହୁଲ ଗାନ୍ଧି

mahabharatanews