ଓଡିଶା

ଇର୍ମାଙ୍କ ସ୍ବପ୍ନକୁ ଧୂଳିସାତ୍ କରିଦେଲା ମାରତ୍ମକ କର୍କଟ

ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି: ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟ କାଲିମେଳା । ଓଡ଼ିଆ ଭାଷାରେ ସ୍ନାତକ ବିଭାଗରେ ପାଠ ପଢୁଥିଲେ ଇର୍ମା ପଡ଼ିଆମୀ। ନିଜ ଗ୍ରାମ ପେଦାୟାଡ଼ା ଠୁ ପ୍ରତେକ ଦିନ ସାଇକେଲ ଯୋଗେ କଲେଜ ଆସୁଥିଲେ ଇର୍ମା।କଲେଜ ଓ ସ୍କୁଲ ପଢ଼ୁଥିବା ସମୟରେ ପାଠ ସହ ଖେଳ କୂଦ ରେ ମଧ୍ୟ ବେଶ ପୁରସ୍କାର ଲାଭ କରିଥିଲେ ଇର୍ମା। ଲମ୍ୱଡ଼ିଆ, ହାଇ ଜମ୍ଫ,ଦୌଡ଼ ଆଦିରେ ଭାଗ ନେଇ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ଯାଏଁ ପୁରସ୍କୃତ ହୋଇଛନ୍ତି । ପିଲାଟି ଦିନରୁ ମୁଣ୍ଡ ଉପରୁ ଦଇବ ଚଢାଇ ନେଲା ମା ବାପା ଙ୍କର ସାୟା। ଦାଦା ଖୁଡ଼ିଙ୍କ ପାଖରେ ରହି ବଡ ହେଇଛି । ଭାଗ୍ୟର ନିର୍ଦ୍ଦେଶକୁ ମୁଣ୍ଡ ପାତି ଆପଣେଇନେଇଥିଲେ ସେ । କିନ୍ତୁ ହଠାତ ଦିନେ ଗୋଡ ବିନ୍ଧା ଆରମ୍ଭ ହେଲା ଇର୍ମା ଙ୍କର। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡିଲା ସେ କର୍କଟ ରୋଗରେ ପୀଡିତ । ତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଡାହାଣ ଗୋଡ଼ ଟିକୁ ସମ୍ପୂର୍ଣ୍ଣ କାଟିଦେଲେ ଡାକ୍ତର। ଦିନେ ଯେଉଁ ଗୋଡରେ ପାଇଁ ଆଦିବାସୀ ମଫସଲ ଗାଁ ରୁ ସହରୀ କଲେଜ ରେ ଗୋଡ଼ ରଖିଥିଲେ ଇର୍ମା ଆଜି ସେହି ଗୋଡ଼ ନାହିଁ। ଦିନେ ଯେଉଁ ଗୋଡ଼ ସାହାଯ୍ୟରେ ଖେଳ କୂଦ କରି ପୁରସ୍କୃତ ହେଉଥିଲେ ଆଜି ସେହି ଗୋଡ଼ ହରାଇ ଭାଙ୍ଗିପଡିଛନ୍ତି ଇର୍ମା । ହାତରେ ସବୁ ବେଳେ କଲମ ରହିଥିବା ବେଳେ ଏବେ ଆଶା ବାଡ଼ି ପାଲଟିଛି ଭରଷା। କଲେଜ ଯିବା ସମ୍ଭବ ହେଉନାହିଁ । କେବେ କେବେ କଲେଜ ୟୁନିଫର୍ମକୁ ଦେଖି ଲୁହ ବୁହାଉଛନ୍ତି । ତଥାପି ହାରି ଯାଇ ନାହାନ୍ତି ସେ । ନିଜ ଶିକ୍ଷାକୁ ବ୍ୟର୍ଥ ହେବାକୁ ଦେଇନାହାନ୍ତି । ଗାଁର ଛୋଟ ଛୋଟ ପିଲା ଙ୍କୁ ଭବିଷ୍ୟତ ଗଢିବା ପାଇଁ, ଅଶିକ୍ଷାର ଅମା ଅନ୍ଧାର ରୁ ଆଲୁଅ ଦେଖେଇବାକୁ ଅଣ୍ଟା ଭିଡିଛନ୍ତି ଇର୍ମା। ଏବେ ଗାଁ ଗଛ ମୂଳେ ଶୁଭୁଛି ଇର୍ମାଙ୍କର ଅ ଆ ଇ ର ଚାଟ ଶାଳୀ ପାଠ। ଗାଁ ର ପିଲାଙ୍କୁ ପାଠ ପଢେଇ ଇର୍ମା ଏବେ ଗାଁ ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସରକାରୀ ସହାୟତା କିଛି ମିଳିଲେ ଇର୍ମାଙ୍କର ଅଧା ଅଧୁରା ସ୍ୱପ୍ନ ସାକାର ହୋଇ ପାରିଥାନ୍ତା । ଆଉ କିଛିଟା ଦୁଃଖ ଲାଘବ ହେଇଥାନ୍ତା ।୫ ସେମିଷ୍ଟାର୍ ଯାଏ ଭଲ ପ୍ରଦର୍ଶନ କରୁଥିବା ଇର୍ମା ପାଠ ପଢ଼ାରେ ଖୁବ ଆଗ୍ରହ ଥିବା କଲେଜ ଅଧ୍ୟକ୍ଷ କହିଥିବା ବେଳେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

Related posts

ରାଜ୍ୟରେ କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ, ପୁଣି ୧୬ ମୃତ୍ୟୁ

mahabharatanews

କାଲିମେଳା ଓଡିଶା ଜୀବିକା ମିଶନ ପ୍ରଶାସନ ପକ୍ଷରୁପ୍ରଶଂସା ସାଉଁଟିଛନ୍ତି

mahabharatanews

ରାଇରଙ୍ଗପୁରରେ ଓକିଲ ସଂଘ ତରଫରୁ ମଧୁସୂଦନ ଜୟନ୍ତୀ ଓ ଓକିଲ ଦିବସ ମହାସମାରୋହରେ ପାଳିତ

mahabharatanews