ଓଡିଶା

ଓଡିଶାର ଦୁଇ ଗ୍ରାମକୁ ସଫଳ ସୁନାମି ମୁକାବିଲା  ପାଇଁ  ୟୁନିସ୍କୋର ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶାର ଦୁଇଟି ଉପକୂଳ ଗ୍ରାମକୁ ସୁନାମି ପ୍ରତିରୋଧୀ ଘୋଷଣା କରିଛି ୟୁନେସ୍କୋ। ସୁନାମି ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଏହି ସଫଳତା। ଏହି ସଫଳତା କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ସମ୍ମାନ ପାଇଛି ଓଡିଶା । ପରିଚାଳନାରେ ଓଡ଼ିଶା ସମଗ୍ର ଦେଶ ପାଇଁ ରୋଲ୍‍ ମଡେଲ ହୋଇପାରିଛି । ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ବ୍ଲକ୍‍ ଅନ୍ତର୍ଗତ ଭେଙ୍କଟରାୟପୁର (ବକ୍ସିପାଲ୍ଳୀ) ଗ୍ରାମ ଏବଂ ଜଗତସିଂହପୁର ଜିଲା ଏରସମା ବ୍ଳକ୍‍ ଅନ୍ତର୍ଗତ ନୋଳିଆସାହି ଗ୍ରାମକୁ ସୁନାମି ପ୍ରତିରୋଧୀ ଅଞ୍ଚଳ ଭାବେ ୟୁନେସ୍କୋର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ଓସିଏନୋଗ୍ରାଫିକ୍‍ କମିସନ (ଆଇଓସି) ଘୋଷଣା କରିଛି।

ସୁନାମି ଭଳି ପ୍ରାକୃତକ ଦୁର୍ବିପାକର ମୁକାବିଲା ପାଇଁ ଏହି ଦୁଇ ଅଞ୍ଚଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କୁହାଯାଇଛି। ଏହି ସଫଳତା ପାଇଁ ଓଡ଼ିଶାକୁ ପୁରସ୍କୃତ କରାଯିବ। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତାରାଜ୍ୟ ତଥା ଦେଶ ପାଇଁ ଗୌରବର ବିଷୟ ।
ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ଗୋଷ୍ଠୀ ସ୍ତରରୁ ଆରମ୍ଭ କରି ପ୍ରଶାସନର ଉଚ୍ଚସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତି ସହିତ ଓଡ଼ିଶା ବଞ୍ଚିବା ଶିଖିପାରିଛି। ୧୯୯୯ ମହାବାତ୍ୟା ପରେ ଲୋକଙ୍କୁ ବିପଦମୁକ୍ତ କରିବା ଏବଂ ଗୋଷ୍ଠୀର ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ନିଜର ପ୍ରଥମ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରତିଷ୍ଠା କରିଥିଲା। ଏହା ପରଠାରୁ ବିପର୍ୟ୍ୟୟ ପରିଚାଳନାରେ ଓଡ଼ିଶା କ୍ରମାଗତ ଭାବେ ସଫଳତା ଅର୍ଜନ କରୁଛି।

Related posts

ଜର୍ଟି ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ

mahabharatanews

ଆଖି ବୁଜିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ 

mahabharatanews

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ବିଭାଗ ରେଞ୍ଜର ଅଧିକାରୀ ସୁକୁମାର ଦୁଖୁ

mahabharatanews