ଓଡିଶା

ଓପିଏସସିର ପରୀକ୍ଷାରେ ସ୍ୱଚ୍ଛତା ଆଣିବି: ଆଇପିଏସ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇପିଏସ ସତ୍ୟଜିତ ମହାନ୍ତି ଆଜି ଓପିଏସସି ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱଗ୍ରହଣ ଅବସରରେ ସତ୍ୟଜିତ କହିଥିଲେ, ଓପିଏସସିର ପରୀକ୍ଷା କିପରି ନିୟମିତ ଭାବେ ହେବ ସେ ପ୍ରତି ଧ୍ୟାନ ଦେବେ । ପରୀକ୍ଷାରେ ସ୍ୱଚ୍ଛତା ଆଣିବାକୁ ଚେଷ୍ଟା କରିବେ । ରାଜ୍ୟରେ ବହୁ ଡାକ୍ତର, ଅଧ୍ୟାପକ ପଦବୀ ଖାଲି ପଡିଛି । ସେସବୁର ପୂରଣ ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ଦିଗରେ ଧ୍ୟାନ ଦେବାକୁ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଗତକାଲି ସେ ଅଗ୍ନିଶମ ଡିଜି ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଅବସର ନେବା ସମୟରେ ସେ ଭାବବିହ୍ୱଳ ହୋଇପଡିଥିଲେ । ଦୀର୍ଘ ୩୩ ବର୍ଷ ଧରି ଦକ୍ଷତାର ସହ ସେ ଦାୟିତ୍ୱ ସମ୍ପାଦନ କରି ଆସିଥିଲେ । ସେ କମିଶନରେଟ ପୁଲିସର କମିଶନର ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ ।

 

Related posts

୧ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଧୋଇଗଲା ଅସ୍ଥାୟୀ ପୋଲ,ଯୋଗାଯୋଗ ବିଚ୍ଛିନ୍ନ

mahabharatanews

କମ୍ବିଂ ଅପରେସନ ବେଳେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, କ୍ୟାମ୍ପ ଧ୍ୱଂସ

mahabharatanews