ଓଡିଶା

୧ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

(କଟକ) :  ମାର୍ଚ୍ଚ ୧ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ ୧, ୨ ଓ ୩ ତାରିଖ, ତିନିଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଶାଖାରୁ କର୍ମମର୍ତ୍ତାମାନେ ଯୋଗଦେବେ।

ସୂଚନାନୁଯାୟୀ , ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦ୍‌ଘାଟନ କାର୍ଯ୍ୟକ୍ରମ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଅପରାହ୍ମ ସାଢେ ୪ଟାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସେଥିରେ ରାଷ୍ଟ୍ରପତି ଯୋଗ ଦେବେ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ପାସ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି ବୋଲି ବ୍ରହ୍ମାକୁମାର ନଥମଲ୍‌ ଭାଇ ସୂଚନା ଦେଇଛନ୍ତି।

Related posts

ଆଇଟି ବିଭାଗର ଉପଦେଷ୍ଟା ହେଲେ ଅନୁଭବ

mahabharatanews

ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହୋଇଛି ଗଞ୍ଜେଇ

mahabharatanews

ନିରପେକ୍ଷ ଓ ଯୁଗ୍ମ ତଦନ୍ତ ଆଧାରରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

mahabharatanews