ଓଡିଶା

ଓରକେଲ ପୋଲିସ ହାତରେ ଗଞ୍ଜେଇ ମାଫିଆ

(ସୂର୍ଯ୍ୟକାନ୍ତ ବେହେରା/ ମାଲକାନାଗିରି): ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ୨୦୦୪ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରି ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଉକ୍ତ ଗଞ୍ଜେଇ ର ମୂଲ୍ୟ ୧ କୋଟି ୨୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି। ସୂଚନାନୁଯାୟୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟା ୭ ଟା ସମୟରେ ନିଲାକାମ୍ବେରୁ ପଂଚାୟତ ର ସୋରଲୁକୋଣ୍ଡା ହାଟ ଛକ ଠାରେ ଏସାଇ ରଜନୀକାନ୍ତ ଦୀପ ଙ୍କ ନେତୃତ୍ୱରେ ଏକ ଟିମ ପେଟ୍ରୋଲିଂ କରୁଥିବା ସମୟରେ ଏକ ଅଶୋକ ଲେଲାଣ୍ଡ ଭେନ କୁ ଆସୁଥିବାର ର ଦେଖି ଅଟକାଇଥିଲେ। ଯାଞ୍ଚ ପରେ ଉକ୍ତ ଗାଡି ରୁ ୬୬ ଟି ପ୍ୟାକେଟ ଗଞ୍ଜେଇ ଦେଖିବାକୁ ପାଇଥିଲେ। ଗାଡିଟିର ନମ୍ବର ଓଡ଼ି ୩୦ ସି ୨୪୧୬। ଜବତ ସମୟରେ ଗାଡ଼ିରେ ଡ୍ରାଇଭର କୁ ମିଶାଇ ୩ ଜଣ କୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରିବା ପରେ ସେମାନେ ଏମଭି-୩୩ ର ସେମାନଙ୍କ ମାଲିକ ଙ୍କ ନାମ କହିଥିଲେ। ପରେ ଓର୍କେଲ ପୋଲିସ ଉକ୍ତ ମାଲିକ କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ସେମାନଙ୍କ ଠାରୁ ୪ ଟି ମୋବାଇଲ ମଧ୍ୟ ଜବତ କରିଛି। ଗିରଫ ଚାରି ଜଣ ହେଲେ ତେନ୍ତୁଳିଗୁଡା ଗ୍ରାମର ଚୈତନ ମୁଦୁଲି , ଏମଭି-୫୪ ଗ୍ରାମର ଅଜିତ ସର୍ଦାର , ଏମଭି-୧୨୩ ଗ୍ରାମର ନାରାୟଣ ସର୍ଦାର ଏବଂ ଏମଭି-୩୩ ଗ୍ରାମର ଅଜୟ ମଣ୍ଡଳ । ତେବେ ସେମାନେ ଏହି ଗଞ୍ଜେଇ କୁ ତେନ୍ତୁଳିଗୁଡା ରୁ ଛତିଶଗଡ଼ କୁ ନେଉଥିବା ତଦନ୍ତକାରୀ ଅଧିକାରୀ ଏସାଇ ମିଲନ ମଜୁମଦାର ସୂଚନା ଦେଇଛନ୍ତି। ତେବେ ଆଜି ପୋଲିସ କେସ ନଂ ୯୧/୨୦ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରିଛି ବୋଲି ମାଲାକାନଗିରି ଏସପି ସୂଚନା ଦେଇଛନ୍ତି ।

Related posts

୧୮ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews

ଦେବଗଡରେ ବୃଦ୍ଧଙ୍କୁ ଦଳିଦେଲା ହାତୀ

mahabharatanews

୫୦ ବସ୍ତା କୋଇଲା ଜବତ, ୧ ଗିରଫ

mahabharatanews