ଓଡିଶା

ଓରମାସ ଚାଷୀଙ୍କ ପନିପରିବା, ଫଳ ବିକ୍ରିକୁ ପ୍ରୋତ୍ସାହନ ଦେବ

ଭୁବନେଶ୍ୱର: ଓଡିଶା ରୁରାଲ ଡେଭେଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (ଓରମାସ) ସହାୟତାରେ ରାଜ୍ୟର ୧୦ଟି ଜିଲ୍ଲାରୁ ପନିପରିବା ଓ ଫଳ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦନ ସଂଗ୍ରହ କରାଯିବା ସହ ଏହାର ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଫଳରେ ଓରମାସ ସହଯୋଗରେ ଏହି ୧୦ଟି ଜିଲ୍ଲାର ପ୍ରାୟ ୨୨ଟି ଉତ୍ପାଦନକାରୀ ଗୋଷ୍ଠୀ ଲାଭବ।।ନ ହେବେ ଓ ସେମାନେ ପ୍ରାୟ ୫୬ ଲକ୍ଷ ଟଙ୍କା ରୋଜଗାର କରି ପାରିବେ ବୋଲି ଆଜି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

କୋଭିଡ-୧୯ର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା ହୋଇଥିବାରୁ ଚାଷୀ ତାର ପନିପରିବା ଓ ଫଳମୂଳ ବିକ୍ରି କରିପାରୁନି । ଯାନବାହନ ଚଳାଚଳ ଉପରେ ଲାଗିଥିବା କଟକଣା ମଧ୍ୟରେ ଚାଷୀ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ ଓ ଲାଠି ପ୍ରହାର ଭୟରେ ବଜାରକୁ ତାର ଉତ୍ପାଦ ନେବାକୁ ଭୟକରୁଛି । ତେଣୁ ହଜାର ହେକ୍ଟର ଚାଷ ଜମିରେ ଫସଲ ହୋଇଥିବା ପନିପରିବା ଓ ଫଳ ମୂଳ ବିକ୍ରି ହୋଇ ପାରୁ ନ ଥିବାରୁ ପଚିସଢି ଖତ ଖାଉଥିବା ନେଇ ବିଭିନ୍ନ ସ୍ଥାନରୁ ଚାଷୀମାନେ ଅଭିଯୋଗ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଲକଡାଉନ ପାଳନ ସହ ଚ।।ଷୀଙ୍କୁ ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ।

Related posts

ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ଆହତ

mahabharatanews

ଏଡିଜି ଆର କେ ଶର୍ମା ତଦନ୍ତ କରୁଛନ୍ତି ଓଡ୍ରାଫ ବୋଟ ବୁଡି ଘଟଣାର

mahabharatanews

ନିମାପଡା: ତହସିଲ ପକ୍ଷରୁ ସହାୟତା ରାଶି ଫେରାଇବାକୁ ନୋଟିସ, ହିତାଧିକାରୀ ଛାନିଆ

mahabharatanews

Leave a Comment