ଓଡିଶା

ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ କ୍ଲାସ

ଭୁବନେଶ୍ୱର: ରିଭିଜନ୍ କ୍ଲାସ ଶିକ୍ଷା ବର୍ଷ ଆରମ୍ଭରୁ ହେବ। ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ୨ରୁ ୩ ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀର ରିଭିଜନ କ୍ଲାସ ହେବ। କରୋନା ପାଇଁ ବାଧାପ୍ରାପ୍ତ ହୋଇଛି ପାଠପଢା । ଚଳିତ ବର୍ଷ ୮ ପର୍ଯ୍ୟନ୍ତ ସମସ୍ତଙ୍କୁ ପାସ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । କିନ୍ତୁ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଓ ପୁରୁଣା ପାଠ ଉପରେ ଜ୍ଞାନ ଆହରଣ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି। ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ ।
ମନ୍ତ୍ରୀ କହିଥିଲେ, କରୋନା ଯୋଗୁ ପୂରା ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ କୌଣସି ଶିକ୍ଷା ଗ୍ରହଣ କରି ନାହାନ୍ତି। ଅନ୍‌ଲାଇନ୍ ପାଠପଢ଼ା ସେବା ସବୁଠି ଫଳପ୍ରଦ ହୋଇପାରିନାହିଁ। ତେଣୁ ପରୀକ୍ଷା କରିବା ଅସମ୍ଭବ। ସେଥିପାଇଁ ଯେଉଁପରି ଭାବେ ଗତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ଦିଆଯାଇଥିଲା ଚଳିତ ବର୍ଷ ମଧ୍ୟ ସେହି ଢାଞ୍ଚା ଆପଣାଯିବ ।

 

Related posts

ଆଜି ରସଗୋଲା ଦିବସ, ପାହାଳରେ ପ୍ରବଳ ଭିଡ଼  

mahabharatanews

ଆଜି ପବିତ୍ର ବୈଶାଖ ଶୁକ୍ଳ ଅଷ୍ଟମୀରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ

mahabharatanews

ରାଜ୍ୟରେ ଦୀର୍ଘ ୧୮ ମାସ ବନ୍ଦ ପରେ ଖୋଲିଲା ଅଷ୍ଟମ ଶ୍ରେଣୀ

mahabharatanews