ଓଡିଶା

କଣିହାଁ ବନାଞ୍ଚଳରୁ ଲକ୍ଷଲକ୍ଷ ଟଙ୍କାର ଶାଳ ଗଛ ଚୋରି, ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବନାଚଂଳ ଅନ୍ତର୍ଗତ ସାପକଟା ବୁଢାପାହାଡ ସଂରକ୍ଷିତ ଜଙ୍ଗଲରୁ କାଠ ମାଫିଆଙ୍କ ପକ୍ଷରୁ ବ୍ୟାପକ ଶାଳଗଛ କାଟି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗଛକଟା ହେବାନେଇ ସାପକଟା ଗ୍ରାମର କିଛି ଯୁବକ କଣିହାଁ ବନାଚଂଳ ଅଧିକାରୀ ନିଳମଣି ଦେହୁରୀଙ୍କୁ ଭେଟି ଗତ ସୋମବାର ଅଭିଯୋଗ କରିଥିଲେ । ଏଥି ସହିତ ୫ଟି ସ୍ଥାନରେ ଗଦା ହୋଇଥିବା ଶାଳ ଗଣ୍ଡିର ଠିକଣା ଦେଇଥିଲେ । ଏହି ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ବନ ବିଭାଗର କୌଣସି ବି ଅଧିକାରୀ ଘଟଣାସ୍ଥଳକୁ ଯାଇନଥିବା ସଂପୃକ୍ତ ଯୁବକ ମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ବନ୍ୟଜନ୍ତୁଙ୍କ ପିଇବା ପାଣି ପାଇଁ ଜେସିବି ମେସିନ ଲଗାଇ ବନ୍ଧ କାର୍ଯ୍ୟ ଚାଲିଥିବା ନେଇ ସଂଗୀନ ଅଭିଯୋଗ ହୋଇଛି । ବନ୍ୟଜନ୍ତୁଙ୍କ ପାଇଁ ଉଦ୍ଧିଷ୍ଟ ବନ୍ଧ ଏନଆରଜିଏସ୍ ମାଧ୍ୟମରେ ଶ୍ରମିକ ମାନଙ୍କୁ ନିୟୋଜିତ କରି ଖୋଳିବା ପରିବର୍ତ୍ତେ ସୁଚିନ୍ତିତ ଉପାୟରେ ସରକାରୀ ଅର୍ଥକୁ ଆତ୍ମସାତ କରିବାର ଉଦ୍ୟମ ଚଲାଇଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଜ୍ଞାନ୍ତରେ ଏଭଳି ବେଆଇନ କାମ ଚାଲିଛି ବୋଲି ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀଙ୍କ ଜ୍ଞାନ୍ତରେ ଏଭଳି ବେଆଇନ କାମ ଚାଲିଛି ।

ଏହି ଘଟଣା ସମ୍ପର୍କେ କଣିହାଁ ବନାଂଚଳ ଅଧିକାରୀ ନିଳମଣି ଦେହୁରୀଙ୍କୁ ପଚାରିବାରୁ ସେ କହିଲେ, ବନ୍ୟଜନ୍ତୁଙ୍କ ପାଇଁ ଏନଆରଜିଏସ୍ ଜରିଆରେ ୱାଟର ବୋଡିଙ୍ଗ କାମ ଚାଲିଛି । ବନ୍ଧ ଥିଲା ମାଟି ତଡା ହେଉଛି । କେତେ ଟଙ୍କା ବ୍ୟୟ ପ୍ରୋଜେକ୍ଟ ବୋଲି ପଚାରିବାରୁ ଏବେ କହିହେବ ନାହିଁ, ଯେତେବେଳେ ଫଳକ ମରାଯିବ ସେତେବେଳେ କହିହେବ । ସେହିପରି ଶାଳଗଛ କଟା ହେବା ଏବଂ ଲୋକଙ୍କ ଅଭିଯୋଗ ଉପରେ କଣ ପଦକ୍ଷେପ ନେଇଛନ୍ତି ବୋଲି ପଚାରିବାରୁ ଆଜି ମୁଁ ଘଟଣାସ୍ଥଳକୁ ଯାଇଥିଲି, ବୁଢାପାହାଡରେ ଶାଳଗଛକଟା ହୋଇନି ସେଟା ଭିଏସ୍ଏସ୍ ଏରିଆରେ ହୋଇଛି । ଟ୍ରାକ୍ଟରେ ଗୋଟିଏ ଟ୍ରିପ ହେବ ୩-୪ ଗଦା ଅଛି । କିନ୍ତୁ ଶାଳଗଛ ସେଗୁଡାକ ନୁହେଁ ବୋଲି କହିଥିଲେ । ଏନେଇ ଜିଲ୍ଲାବନ ଖଣ୍ଡ ଅଧିକାରୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କଲେ ରେଂଜ୍ ଅଧିକାରୀଙ୍କର ଅସଲ କାରନାମା ପଦାରେ ପଡିବ ବୋଲି ସାଧାରଣରେ ଦାବି ଜୋର ଧରିଛି ।

Related posts

ଡାକ୍ତର ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଯୁବ ସାମ୍ବାଦିକ

mahabharatanews

ପୁରୀରେ ଆନ୍ତର୍ଜାତୀୟ ବେଳାଭୁମୀ ସଫେଇ ଦିବସ ଅନୁଷ୍ଠିତ

mahabharatanews

ବାଚସ୍ପତି ନିର୍ବାଚନକୁ ବର୍ଜନ କରିଛି କଂଗ୍ରେସ 

mahabharatanews