ଓଡିଶା

ନିଶ୍ଚିନ୍ତକୋଇଲି ଥାନାର ନୂତନ ଆଇଆଇସିଙ୍କୁ ସମ୍ବର୍ଦ୍ଧନା

ନୂତନ କରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ଯୋଗ ଦେଇଥିବା ଆଇଆଇସି ଅନିତା ସାହୁଙ୍କୁ ଅସୁରେଶ୍ବର ପଂଚାୟତ କାର୍ଯ୍ୟାଳୟରେ ସଂବର୍ଦ୍ଧୀତ କରାଯାଇଛି। ଏହି ସଂବର୍ଦ୍ଧନା ସଭାରେ ପଂଚାୟତ ସରପଂଚ ଗୌତମୀ ଦାସ, ସମାଜସେବୀ ଅନନ୍ତ କୁମାର ଦାସ, ଏବଂ ପଂଚାୟତ ବାସୀ ଉପସ୍ଥିତ ଥିଲେ। ନୂତନ ଆଇଆଇସିଙ୍କୁ ସଂବର୍ଦ୍ଧନା ଅବସରରେ ଥାନାର କାର୍ଯ୍ୟରତ ଏସଆଇ ଉଦୟ ଭାନୁ ଦାସଙ୍କୁ ମଧ୍ୟ ସଂବର୍ଦ୍ଧୀତ କରାଯାଇଛି। ଏହି ଅବସରରେ ଥାନା ଅଧିକାରୀ କହିଛନ୍ତି ଯେ, ପୋଲିସ ସବୁବେଳେ ଓ ସବୁ ସମୟରେ ଲୋକମାନଙ୍କ ସେବା ପାଇଁ ଅଛି।

ତେଣୁ ଯଦି କୌଣସି ବି ଅସୁବିଧା କିମ୍ବା ପୋଲିସ ଠାରୁ ଯେ କୌଣସି ସାହାଯ୍ୟ ଦରକାର, ତେବେ ନିର୍ଭୟ ରେ ପୋଲିସକୁ ଫୋନ୍ କରନ୍ତୁ, ପୋଲିସ ଆପଣଙ୍କ ପାଖରେ ଛିଡ଼ା ହେବ। ଏହା ଛଡା ସାଇବର ଅପରାଧ ଉପରେ ଜନସାଧାରଣଙ୍କୁ ସଚେତନ କରାଇଲେ। ନୂତନ ଥାନା ଅଧିକାରୀ। ଲୋକଙ୍କ ଦୀର୍ଘ ଦିନରୁ ଅସୁରେଶ୍ବର ଠାରେ ଫାଣ୍ଡି ପ୍ରତିଷ୍ଠା ହେବା ଦାବି ହେଉଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇନାହିଁ। ତେଣୁ ଏ ବାବଦରେ ଥାନା ଅଧିକାରୀ ଏଠାରେ ଫାଣ୍ଡି ପ୍ରତିଷ୍ଠା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ।

Related posts

ଗ୍ରୀଷ୍ମ ପ୍ରବାହ:  ବୌଦ୍ଧ ସହରରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୪.୩ ରେକର୍ଡ

mahabharatanews

ଜମୁଛି ଉଦଳା ସରସ୍ୱତୀ ମେଳା

mahabharatanews

ଦେଶରେ ଓଡିଶା ମଦ୍ୟପାନ ଜନିତ ମୃତ୍ୟୁରେ  ଦ୍ୱିତୀୟ

mahabharatanews