Uncategorized

କମଲ ହାସନ ଚେନ୍ନାଇ ପୋଲିସ ଠାରେ ହାଜର

(ଚେନ୍ନାଇ): ରାଜନୈତିକ ଦଳ ମକ୍କଲ ନିଧୀ ମୟମ୍ ସଭାପତି ମଙ୍ଗଳବାର ଚେନ୍ନାଇ ପୋଲିସ ଆଗରେ ହାଜର ହୋଇଛନ୍ତି । ଫିଲ୍ମ ସୁଟିଂ ବେଳେ ଦୂର୍ଘଟଣା ଘଟି ମୃତ୍ୟୂବରଣ କରିଥିବା ୩ ଜଣଙ୍କ ମାମଲାରେ ଚେନ୍ନାଇ ପୋଲିସ ତାଙ୍କ ବୟାନ ରେକର୍ଡ ପାଇଁ ହାଜର ହେବାକୁ କହିଥିଲା । ସେଥିପାଇଁ ଅଭିନେତାରୁ ନେତା ପାଲଟିଥିବା କମଲ ମଙ୍ଗଳବାର ଇଗମୋର ଠାରେ ଚେନ୍ନାଇ ପୋଲିସ କମିଶନରଙ୍କ ଆଗରେ ହାଜର ହୋଇଥିଲେ । ଗତ ଫେବୃଆରୀରେ ଚେନ୍ନାଇର ଏକ ଷ୍ଟୁଡିଓରେ ‘ଇଣ୍ଡିଆନ-୨’ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଏକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଶୁଟିଂ ସେଟ୍ରେ ଥିବା ୧୦ ଜଣ ଏଥିରେ ଗୁରୁତର ଆହତ ହୋଇଥିଲେ । ତେବେ ଏଥିରେ ମୃତକଙ୍କ ପରିବାରବର୍ଗଙ୍କୁ ଫିଲ୍ମ ନିର୍ଦ୍ଦେଶକ ଏସ ଶଙ୍କର ୧ କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ଚେନ୍ନାଇର ଇଭିପି ଷ୍ଟୁଡିଓରେ ଗତମାସ ୧୯ ତାରିଖରେ ଏକ କ୍ରେନ ଓଲଟିଯିବା ଫଳରେ ଏହି ଦୂର୍ଘଟଣା ହୋଇଥିଲା ।

Related posts

ରାମ ମନ୍ଦିର ଭୂମିପୂଜନ ପାଇଁ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ

mahabharatanews

ଆଗାମୀ ସମୁଦ୍ର ସେତୁ ଅଭିଯାନରେ ଆସିବେ ୧୪୦୦ ପ୍ରାବସୀ ଭାରତୀୟ

mahabharatanews

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ ଉଦ୍ଧାର ବେଳେ ଭୁଶୁଡିଗଲା କୋଠା, ୧୪ ଗୁରୁତର ଆହତ, ୩୫ ଦମକଳ ନିୟୋଜିତ

mahabharatanews