(ତାରାକାନ୍ତ ନାୟକ/ସାଲେପୁର): କଟକ ଜିଲ୍ଲା ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର କୋଠପଦା ବଜାର ଉପରେ ଥିବା ଏକ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ମାହାଙ୍ଗା ବ୍ଲକ କୁମୁଡା ଜୟପୁର ଫାଣ୍ଡି ମଲ୍ଲିକପୁରର ପ୍ରସନ୍ନ ସାହୁ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ କୋଠପଦା ବଜାର ଉପରେ ଏକ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ଖୋଲିଲେ । ଏହି ସମୟରେ ମହାମାରୀ କରୋନା ପାଇଁ ସାରା ରାଜ୍ୟରେ ଲକଡାଉନ,ସଟଡାଉନ ପ୍ରଭାବରେ ସମସ୍ତ ଟ୍ରେନିଂ ସେଣ୍ଟରଗୁଡିକ ବନ୍ଦ ରହିଲା । ଫଳରେ ଅଭାବ ଅସୁବିଧାକୁ ନେଇ ଯୁବକ ଜଣକ ମାନସିକ ଭାବେ ଚାପଗ୍ରସ୍ତ ହେଲେ । ଶେଷରେ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ଆଜି ସକାଳୁ କମ୍ପ୍ୟୁଟର ସେଣ୍ଟରରେ ଯୁବକଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଛି ।
