ଅପରାଧଓଡିଶା

ଫିଟିବ ପ୍ରିୟଙ୍କା ହତ୍ୟାର ଗୁମର

(ଭୁବନେଶ୍ୱର) ; ଜଗନ୍ନାଥଙ୍କୁ ଚାଲିଛି ଜେରା ! ଫିଟିବ ପ୍ରିୟଙ୍କା ହତ୍ୟାର ଗୁମର । ଭୁବନେଶ୍ୱର ସ୍ଥିତ ଏମ୍ସରୁ ଡିସଚାର୍ଜ ହେଲେ ଜଗନ୍ନାଥ ପ୍ରଧାନ । ଏହାପରେ ଏୟାରଫିଲ୍ଡ ଥାନା ପୁଲିସ ଆଜି ଜଜଗନ୍ନାଥଙ୍କୁ ପଚରା ଉଚରା କରୁଛି । ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ପ୍ରଥମେ ପ୍ରିୟଙ୍କା କୁ ହତ୍ୟା କରିବା ପରେ ନିଜେ ହାତ କାଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଜଗନ୍ନାଥଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ପୁଲିସ୍ ଗିରଫ କରିବା ପରେ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ହାତର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଜଗନ୍ନାଥଙ୍କ ଏକ ଶିର କଟିଥିବାରୁ ଉନ୍ନତ ମାନର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ତାଙ୍କୁ ଏମ୍ସ ପଠାଯାଇଥିଲା ବୋଲି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଥିଲେ।

Related posts

ମହିଳା ହକି ଖେଳାଳିଙ୍କୁ କାର ଉପହାର

mahabharatanews

ମଦ ବ୍ୟବସାୟୀଙ୍କୁ ଲାଞ୍ଚମାଗି ନିଲମ୍ବିତ ଅବକାରି ଅଧୀକ୍ଷକ

mahabharatanews

ବିଧାନସଭାରେ ଷଣ୍ଡ ଚିନ୍ତା : ଷଣ୍ଡ ମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ପଦକ୍ଷେପ ନେବେ ସରକାର

mahabharatanews