(ମହାଭାରତ): ହିମାଚଳ ପ୍ରଦେଶର ମଣ୍ଡି ନଗରଠାରୁ ୧୨୫କିମି ଦୂରରେ ଦକ୍ଷିଣ ପୂର୍ବ ସମୁଦ୍ର ପତ୍ତନରୁ ପାଖାପାଖି ୧୪୦୪ ମିଟର ଉଚ୍ଚରେ ରହିଛି ଏକ ସ୍ଥାନ । ପୀର ପଞ୍ଜାଲ ପର୍ବତ ଶ୍ରେଣୀରେ ରହିଥିବା ରହସ୍ୟ ଏବଂ ମନ୍ଦିରର ଘାଟି ହେଉଛି କରସୋଗ ଘାଟି । ଏହି ଘାଟି ନିଜର ପାରମ୍ପାରିକ ରୀତିନୀତି, ଲୋକ ସଂସ୍କୃତିକୁ ନେଇ ବେଶ ପରିଚିତ । ଶିମଲାଠାରୁ ଏହି ସ୍ଥାନର ଦୂରତା ୧୦୬ କିମି । କିନ୍ତୁ ଏହି ସ୍ଥାନରେ ଅନେକ କିଛି ରହସ୍ୟମୟ ଜିନିଷ ରହିଛି,ଯାହା ବିଷୟରେ ସମସ୍ତେ ଅଜଣା ।
କୁହାଯାଏ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏଠାରେ ସମୟ ଅତିବାହିତ କରିଥିଲେ । ସେମାନେ ଏଠାରୁ ହିମାଳୟକୁ ପାର କରି ଉତ୍ତର ଦିଗରେ ଥିବା ଗନ୍ଧମାର୍ଦ୍ଧନ ପର୍ବତକୁ ପହଞ୍ଚିଥିଲେ । ସେହି ସ୍ଥାନରେ ଭୀମଙ୍କ ସାକ୍ଷାତ ରାମଭକ୍ତ ହନୁମାନଙ୍କ ସହିତ ହୋଇଥିଲା । ସେହିପରି ଦ୍ୱାପର ଯୁଗରେ ପାଣ୍ଡବମାନେ ଯେତେବେଳେ ଅଜ୍ଞାତବାସରେ ଥିଲେ, ସେହି ସମୟରେ ମଧ୍ୟ କରସୋଗ ଘାଟିରେ ସମୟ ଅତିବାହିତ କରିଥିଲେ । ସେମାନେ ନିଜର ପୂଜାର୍ଚ୍ଚନା ଏହି ସ୍ଥାନରେ କରୁଥିଲେ ।
ଏହି ସ୍ଥାନରେ ପାଣ୍ଡବ କାଳରୁ ହିଁ ପୁରୁଣା ଏକ ମନ୍ଦିର ରହିଛି । ଯାହାକୁ ମମଲେଶ୍ୱର ମନ୍ଦିର କୁହାଯାଉଛି । ଏଠାରେ ଦୁଇଟି ଜିନିଷ ଏପରି ରହିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ପ୍ରଥମତଃ ଘାସରୁ ନିର୍ମିତ ହୋଇଥିବା ଦେଢଫୁଟ ଢୋଲ ଯାହାର ଓଜନ ମାତ୍ର ୧୫୦ ଗ୍ରାମ । ଲୋକେ ଏହାକୁ ଗହମ ଦାନା ବୋଲି କୁହାଯାଏ । ସେହିପରି ମାହୁନାମ ମନ୍ଦିରରେ ଏପରି ଏକ ଢୋଲ ରହିଛି, ଯାହା ମଧ୍ୟ ଘଶସରେ ତିଆରି ହୋଇଛି । ଏଠାରେ ଥିବା ମାହୁନାଗକୁ ମହାଭାରତର କର୍ଣ୍ଣଙ୍କ ରୂପ ଭାବେ ପରିଚିତ ।
ଏଠାରେ ମନ୍ଦିର ପରିସରରେ ପାଖାପାଖି ୧୦୦ରୁ ଉଦ୍ଧ୍ୱର୍ ଶିବଲିଙ୍ଗ ପୋତି ହୋଇ ରହିଛି । କିନ୍ତୁ ଏଥିରୁ କିଛି ବାହାର କରିଦିଆଯାଇଛି । ଏଠାରେ ପାଣ୍ଡବ କାଳର କିଛି ଦୁଲର୍ଭ ବସ୍ତୁ ମଧ୍ୟ ରହିଛି ।
କରସୋଗରୁ ଶିମଲା ଆଡକୁ ଯିବା ବାଟରେ ‘ତତ୍ତା ପାଣି’ ନାମକ ଏକ ସୁନ୍ଦର ସ୍ଥଳ ରହିଛି । ଏହି ସ୍ଥାନରେ ଥିବା ସଲଫରଯୁକ୍ତ ଗରମ ଜଳ ପାଇଁ ପ୍ରସିଦ୍ଧ । ଏଠାରେ ଗରମ ଏବଂ ଥଣ୍ଡା ପାଣିର ମିଳନ ସ୍ଥଳ ରହିଛି । ଏହି ଘାଟିରେ ଦେବଦାର ନାମକ ଘନ ଜଙ୍ଗଲ ଘେରିଥିବା ତିନିଟି ପ୍ରମୁଖ ହ୍ରଦ ରହିଛି । ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।
କମରୁନାଗ ହ୍ରଦ ନିକଟରେ ରହିଛି କମରୁନାଗ ଦେବତାଙ୍କ ପ୍ରାଚୀନ ମନ୍ଦିର । କିମ୍ବଦନ୍ତୀ ଅନୁସାରେ କମରୁନାଗ ରାଜା ରତ୍ନ ଯକ୍ଷ ଥିଲେ । ମହାଭାରତ ଯୁଦ୍ଧ ପରେ ପାଣ୍ଡବ ତାଙ୍କୁ ନିଜର ଆରାଧ୍ୟ ଦେବତା ମାନି ସେହି ସ୍ଥାନରେ ସ୍ଥାପନା କରିଥିଲେ । କମରୁନାଗଙ୍କ ବର୍ଷାର ଦେବତା ବୋଲି କୁହାଯାଏ । କମରୁନାଗ ହ୍ରଦ ସବୁଠାରୁ ପ୍ରାଚୀନ । ଏହି ହଦ୍ର ତଳେ କୋଟି କୋଟି ଟଙ୍କାର ମୂଲ୍ୟବାନ ସମ୍ପତ୍ତି ଲୁଚି ରହିଛି ବୋଲି ଅନୁମାନ ଲଗଗାଯାଉଛି । ଏହି ହଦ୍ରରେ ମୂଲ୍ୟବାନ ଜିନିଷ ପକାଇବାର ପରମ୍ପରା ରହିଛି ।
previous post
next post