ଲଣ୍ଡନ: ୬ମାସର ଶିଶୁ ଏବେ କରୋନା କବଜାରେ । ପୂର୍ବରୁ ଶିଶୁଟି ହୃଦରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା । କରୋନାରେ ସଂକ୍ରମିତ ହେବା ପରେ ଉକ୍ତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ବ୍ରିଟେନର ଗ୍ରେଟ ମଞ୍ଚେଷ୍ଟରର ଏହି ୬ ମାସର ଶିଶୁ ଜନ୍ମହେବା ପରଠାରୁ ହୃଦଜନିତ ସମସ୍ୟାରେ ପୀଡ଼ିତ ଥିଲେ । ୨୦୧୯ ଡିସେମ୍ବରରେ ଶିଶୁଟିର ଓପନ ହାର୍ଟ ସର୍ଜରୀ କରାଯାଇଥିଲା । ବହୁ କମ୍ ବୟସରେ ଏହି ସର୍ଜରୀ ସଫଳତା ପୂର୍ବକ ହୋଇଥିବାରୁ ଉକ୍ତ ଶିଶୁକୁ ଡାକ୍ତର “ମିରାକଲ୍ ବେବି’ ବୋଲି କହିିଥିଲେ । ବର୍ତ୍ତମାନ ସମୟରେ ବ୍ରିଟେନରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଥିବା ବେଳେ ଏଥିରେ ୬ମାସର ଏହି ମିରାକଲ ବେବି ଆକ୍ରାନ୍ତ ହୋଇଛି । ଶୁକ୍ରବାର ଉକ୍ତ ଶିଶୁଟିର ରିପୋର୍ଟ କରୋନା ପଜିଟିଭ୍ ଆସିଥିବା ଜଣାପଡ଼ିଛ । ଏହାପରେ ଶିଶୁଟିକୁ ବ୍ରିଟେନର ଲିବରପୁଲରେ ଥିବା ପେଡିଆଟିକ୍ସ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇଛି । ସେଠାରେ ତାଙ୍କ ଚିକିତ୍ସା •ଲିଥିବା ବେଳେ କରୋନା ଯୋଗୁ କେବଳ ମା’ଙ୍କୁ ହସ୍ପିଟାଲରେ ରହିବାକୁ ଅନୁମତି ଦିଆଯାଇଛି । ପୀଡ଼ିତ ଶିଶୁଟିର ବାପାଙ୍କୁ ଘରକୁ ପଠାଇଦିଆଯାଇଛି । ଅପରପକ୍ଷେ ଶିଶୁଟି ସଂକ୍ରମିତ ହେବା ପରେ ଉକ୍ତ ମା’ ବାପା କରୋନା ଭୂତାଣୁକୁ ଗମ୍ଭୀରତାର ସହ ନେବାକୁ ଏବଂ ଘରେ ରହି ସରକାରଙ୍କ ନିୟମ ପାଳନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।
previous post