ଓଡିଶା

ଉତ୍ତର ଭାରତରେ ବିପର୍ଯ୍ୟୟ; ୨୪ଘଣ୍ଟାରେ ୩୪ ମୃତ୍ୟୁ

(ଉତ୍ତରାଖଣ୍ଡ) : ଲଗାତାର ବର୍ଷା ହେତୁ ଗତ ୬ ଦିନ ଧରି ଉତ୍ତର ଭାରତରେ ବିପର୍ଯ୍ୟୟ ଆଣିଛି। ବର୍ଷା ଓ ବନ୍ୟା ପାଇଁ ଉତ୍ତର ଭାରତରେ ମୃତ୍ୟୁସଂଖ୍ୟା ୧୪୫ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ । ହିମାଚଳରେ ବନ୍ୟା ମୃତ୍ୟୁସଂଖ୍ୟା ୯୦ ଟପିଯାଇଛି।

ସୂଚନାନୁଯାୟୀ , ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। କେବଳ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିମାଚଳପ୍ରଦେଶରେ ୬, ହରିୟାଣାରେ ୫, ପଂଜାବରେ ୪ ଏବଂ ଉତ୍ତରାଖଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ବର୍ଷା ଏବଂ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୫ରେ ପହଞ୍ଚିଛି। ଅନ୍ୟପକ୍ଷେ  ରାଜ୍ୟରେ ୧୪ ଜଣ ନିଖୋଜ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି।

 

Related posts

ଆଜି ଦ୍ୱିତୀୟ ସୋମବାର, ଶୈବପୀଠରେ କାଉଡିଆଙ୍କ ଭିଡ଼

mahabharatanews

ଏଣିକି ମାସକୁ ୧୨ ଦିନ ସ୍କୁଲ ପରିଦର୍ଶନରେ ଯିବେ ବିଇଓ

mahabharatanews

ପିପିଲିରେ ହାତୀ ଆତଙ୍କ ଆକ୍ରମଣରେ ୩ ମୃତ, ୫ ଗୁରୁତର

mahabharatanews