Uncategorized

କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଫଳପ୍ରଦ ହେଉନି: ବଳରାମ ଭାର୍ଗଭ

ଭୁବନେଶ୍ୱର: କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଫଳଦାୟୀ ବୋଲି ପୂର୍ବରୁ କୁହାଯାଉଥିବା ବେଳେ କିନ୍ତୁ ଏହା ସେତେଟା ସଫଳ ହୋଇପାରୁ ନଥିବା ଜଣାପଡିଛି । ପ୍ଲାଜମା ଥେରାପି ନେଇ ଆଇସିଏମଆର ୪୬୪ ରୋଗୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରିଥିଲା। ଏଥିରେ ଦେଶର ୩୯ ହସ୍ପିଟାଲରେ ହୋଇଥିଲା । ମୋଟ୍ ୩୫୦ ଜଣ ଡାକ୍ତର ଏଥିରେ ଭାଗ ନେଇଥିଲେ। ପରୀକ୍ଷାରୁ ଜଣାପଡିଛି, ପ୍ଲାଜମା ଥେରାପି ଗୁରୁତର ରୋଗୀଙ୍କ ଦେହରେ କାମ କରୁନି । ମୃତ୍ୟୁ ହାର ରୋକିବାରେ ଏହି ଥେରାପି ସଫଳ ହୋଇନଥିବା ଆଇସିଏମଆର ଡିଜି ବଳରାମ ଭାର୍ଗଭ କହିଛନ୍ତି।
ଭାର୍ଗଭ କହିଛନ୍ତି, ‘ଆଇସିଏମଆର ସର୍ଭେ ରିପୋର୍ଟରେ ଜଣାପଡିଛି କି କୋଭିଡ୍ ଗୁରୁତର ମାମଲାରେ ପ୍ଲାଜମା ଥେରାପିର କୌଣସି ଲାଭ ମିଳୁନି। ତେଣୁ ଆମେ ଏବେ ସେରମ୍ ବିକଶିତ କରିଛୁ, ଯାହାର କ୍ଲିନିକାଲ ପରୀକ୍ଷା ପାଇଁ କ୍ଲିୟରାନ୍ସ ମିଳିଛି’।
ଦିଲ୍ଲୀ, କେରଳ, ଓଡିଶା ଅନ୍ୟ ରାଜ୍ୟରେ ପ୍ଲାଜମା ଥେରାପିକୁ ଗୁରୁତ୍ୱ ଦିଆଯାଉଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ଲାଜମା ଥେରାପି ଜରିଆରେ ଆରୋଗ୍ୟ ହୋଇଛନ୍ତି।

 

Related posts

ଚୀନରେ ଆଉ ଏକ ଭୂତାଣୁ ସଂକ୍ରାମକ ରୂପ ନେଉଛି: ୭ ଜଣଙ୍କ ମୃତ୍ୟୁ

mahabharatanews

ହିମାଚଳ ପ୍ରଦେଶରେ ୫୦ ପ୍ରତିଶତ ବୁକିଂ ବାତିଲ

mahabharatanews

ଅର୍ଦ୍ଧସାମରିକ ଫୋର୍ସର ବିଲୟ ଯୋଜନା ପ୍ରସ୍ତୁତ

mahabharatanews