ୱାଶିଂଟନ: କରୋନା ସଂକ୍ରମଣରୁ ମାନବ ସମାଜକୁ ରକ୍ଷାକରିବା ପାଇଁ ବିଭିନ୍ନ ଦେଶ ପକ୍ଷରୁ ନାନା ପ୍ରକାର ଗବେଷଣା ଜାରି ରହିଛି । ଏହି ମର୍ମରେ ହୋଇଥିବା ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି ଯେ, ସାଧାରଣତଃ ଭୂତାଣୁ ସଂକ୍ରମଣ ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ସାର୍ସ ଏବଂ ମର୍ସ ଭୂତାଣୁ ସଂକ୍ରମଣରେ ଏହା ହୋଇଛି । ତେଣୁ କରୋନା ଭୂତାଣୁ ସଂକ୍ରମଣରେ ମଧ୍ୟ ଏହା ସମ୍ଭବ ବୋଲି ଗବେଷକ ଦାବି କରିଛନ୍ତି । ସାର୍ସ ଏବଂ ମର୍ସ କରୋନା ପରିବାରର ଏକ ଭୂତାଣୁ । ଏସବୁ ଭୂତାଣୁ ସଂକ୍ରମଣରେ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ି ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ଗତ ୨୦ ବର୍ଷ ମଧ୍ୟରେ ମାନବ ସମାଜରେ ସାର୍ସ ଏବଂ ମର୍ସ ପରେ ଏବେ କରୋନା ଆତଙ୍କ ସୃଷ୍ଟି କରିଛି । ତେବେ ଏହାର ସହଜ ଚିକିତ୍ସା ଖୁବ୍ ଶୀଘ୍ର ସମ୍ଭବ ହୋଇପାରିବ ବୋଲି ନେଦରଲାଣ୍ଡ୍ର ଇରାସ୍ମସ୍ ବିଶ୍ୱବିଦ୍ୟାଳୟର ଗବେଷକ କହିଛନ୍ତି । ୨୦୦୨ରେ ଦେଖାଦେଇଥିବା ସାର୍ସ ଭୂତାଣୁ ଅର୍ଥାତ୍ କୋଭିଡ୍-୨ ସଂକ୍ରମଣ କ୍ଷେତ୍ରରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ଗବେଷକ ପ୍ରକାଶ କରିଛନ୍ତି ।
previous post