Uncategorized

ସୁଶାନ୍ତଙ୍କୁ ବ୍ୟାନ କରିଥିବା ନିର୍ମାତାଙ୍କ ନାମରେ ମାମଲା ରୁଜୁ

ପାଟନା: ବଲିଉଡ୍‌ର ନବାଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ବଲିଉଡର ପରିବାର ବାଦ ଓ ସ୍ୱଜନ ଶୋଷଣକୁ ପଦାରେ ପକାଇ ଦେଇଛି । ସୁଶାନ୍ତଙ୍କୁ ୭ ବଡ ବଡ ଫିଲ୍ମ ନିର୍ମାତା ବ୍ୟାନ କରିବା ପରେ ସେ ଆତ୍ମହତ୍ୟା କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଅଭିନେତା ସଲମାନ୍‌ ଖାନ୍‌, ପ୍ରଯୋଜକ କରନ୍‌ ଜୋହର, ସଞ୍ଜୟ ଲୀଲା ଭଂଶାଲୀ ଏବଂ ଏକତା କପୁରଙ୍କ ନାମରେ ମାମଲା ରୁଜୁ ହୋଇଛି। ବିହାରର ମୁଜାଫରପୁର କୋର୍ଟରେ ସୁଧୀର କୁମାର ଓଝା ନାମକ ଜଣେ ଆଇନଜୀବୀ ଏହି ମାମଲା ଦାୟର କରିଛନ୍ତି। ଦଫା ୩୦୬, ୧୦୯, ୫୦୪ ଏବଂ ୫୦୬ରେ ଏହି ମାମଲା ରୁଜୁ ହୋଇଛି।
ସୁଧୀର ଅଭିଯୋଗ କରିଛନ୍ତି, ସୁଶାନ୍ତ ସିଂହ ରାଜପୁତଙ୍କୁ ୭ଟି ଚଳଚ୍ଚିତ୍ରରୁ ହଟାଇ ଦିଆଯାଇଥିଲା। ଏହା ସହିତ ତାଙ୍କର କିଛି ଚଳଚ୍ଚିତ୍ରକୁ ରିଲିଜ୍‌ କରାଯାଇ ନ ଥିଲା। ଏହା ସୁଶାନ୍ତଙ୍କୁ ମାନସିକ ଚାପରେ ପକାଇବା ସହ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା।
ସୂଚନାଯୋଗ୍ୟ, ପହିଲି ରଜ ଦିନ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ବାନ୍ଦ୍ରାସ୍ଥିତ ତାଙ୍କ ଭଡ଼ାଘରୁ ମିଳିଥିଲା। ସୁଶାନ୍ତଙ୍କ ମୃତ୍ୟୁ ପଛରେ ବୃତ୍ତିଗତ ଶତ୍ରୁତା ଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଏ ଦିଗରେ ମୁମ୍ବଇ ପୁଲିସ ତଦନ୍ତ କରିବ ବୋଲି କହିଥିଲେ।

Related posts

କେଭିସିରେ ଶରଦ ପାୱାରଙ୍କୁ ଡକାଇବାକୁ ଆବେଦନ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଆଳୁ ମଖତ୍ନ

mahabharatanews

ବଲିଉଡ଼ର ଅଧୁରା ପ୍ରେମ କାହାଣୀ

mahabharatanews