ଓଡିଶା

କରୋନା: ଚୀନ ଗବେଷକଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ୍‌କୁ ନେଇ ଗବେଷଣା କରୁଥିବା ଜଣେ ଗବେଷକଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହା ପରେ ଚୀନ ଉପରେ ବିଶ୍ୱର ସନ୍ଦେହ ଘନିଭୂତ ହେବାରେ ଲାଗିଛି ।

ପିଟ୍ସବର୍ଗ ମେଡିକାଲ ସେଣ୍ଟରର ଗବେଷକ ଡାକ୍ତର ବିଙ୍ଗ ଲିଉ ଏହି ମହାମାରୀ ଭୂତାଣୁ ଉପରେ ବହୁତ ବଡ ରିସର୍ଚ୍ଚ କରିଥିଲେ ଓ ଖୁବ ଶୀଘ୍ର ସେ ତାଙ୍କ ଗବେଷଣାର ଉପବ୍ଧିକୁ ସାର୍ବଜନୀନ କରିବାକୁ ଯାଉଥିଲେ । କିନ୍ତୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏବେ ପ୍ରଶ୍ନ ଉଠିଛି ଯେ, ବିଙ୍ଗ ପାଖରେ କଣ ଏମିତି କିଛି ତଥ୍ୟ ଥିଲା, ଯେଉଁଥିରେ ଚୀନର ଅସଲ ମୁଖା ଖୋଲି ଯାଇଥାନ୍ତା। ବିଙ୍ଗ ଲିଉଙ୍କୁ ହତ୍ୟା କରିଥିବା ବ୍ୟକ୍ତି ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି।

୩୭ ବର୍ଷୀୟ ବିଙ୍ଗ ଲିଉରସ୍‌ ଅଞ୍ଚଳରେ ରହୁଥିବା ତାଙ୍କ ଆପାର୍ଟମେଣ୍ଟରେ ପଶି ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । । ସିଏନଏନର ରିପୋର୍ଟ ଅନୁଯାୟୀ, ଲିଉଙ୍କ ମୁଣ୍ଡରେ, ବେକରେ ଏବଂ ଶରୀରର ଅନ୍ୟ ଭାଗରେ ଗୁଳି ଲାଗିଛି । ୟୁନିଭର୍ସିଟି ଅଫ ପିଟ୍ସବର୍ଗ ମେଡିକାଲ ସେଣ୍ଟର ରିସର୍ଚ୍ଚର ଲିଉଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କରୋନା ଭାଇରସ୍‌କୁ ନେଇ ନିଜ ଗବେଷଣାର ଶେଷ ପର୍ୟ୍ୟାୟରେ ପହଞ୍ଚିଥିଲେ। ଶୀଘ୍ର ସେ କରୋନା ଭାଇରସ୍‌ର ଔଷଧ ବାହାର କରିଥାନ୍ତେ ବୋଲି ପ୍ରକାଶ କରିଛନ୍ତି ।

Related posts

ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

mahabharatanews

ରାଜ୍ୟରେ ସ୍ୱାଭାବିକ ହୋଇଛି ମୋ ବସ ସେବା

mahabharatanews

ସବ୍ ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews