Uncategorized

କରୋନା ଟୀକା ତଥ୍ୟ ଚୋରାଉଛି ଚୀନ: ଆମେରିକା

ୱାସିଂଟନ: କରୋନା ତଥ୍ୟ ଲୁଚାଉଥିବା ନେଇ ଆମେରିକା ବାରମ୍ଭାର ଅଭିଯୋଗ କରିବା ପରେ ଏବେ ନୂଆ ଏକ ଅଭିଯୋଗ କରିଛି । ଆମେରିକାର ଅଭିଯୋଗ ଅନୁଯାୟୀ, କରୋନାକୁ ପ୍ରତିହତ କରିବାକୁ ଆମେରିକା ବିଷେଶଜ୍ଞ କରୁଥିବା ଗବେଷଣା ତଥ୍ୟକୁ ଚୀନ ତାର ହ୍ୟାକଙ୍କ ମାଧ୍ୟମରେ ଚୋରୁ କରିବାକୁ ଚେଷ୍ଟା କରୁଛି । ହ୍ୟାକର୍ସମାନେ କରୋନା ଟୀକା ପାଇଁ ଆମେରିକା ପକ୍ଷରୁ ଚାଲିଥିବା ଗବେଷଣା ତଥ୍ୟ ଚୋରି କରିବାକୁ ଚେଷ୍ଟା କରୁଛନ୍ତି। ଏ ନେଇ ଟ୍ରମ୍ପ ସରକାର ସତର୍କ କରାଇ ଦେଇଛନ୍ତି। ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ଏବଂ ସାଇବର ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାରେ ରହୁଥିବା ଚୀନର ଛାତ୍ରଛାତ୍ରୀ ଏବଂ ଗବେଷକମାନେ ଏଭଳି ତଥ୍ୟ ଚୋରି କରିବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ ଆମେରିକାର ସ୍ୱାସ୍ଥ୍ୟ ସେବା ତଥ୍ୟ ସହ ଗବେଷଣାମୂଳକ ବୌଦ୍ଧିକ ତଥ୍ୟ ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଆମେରିକାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସେମାନେ ଏହି ତଥ୍ୟ ପାଇବାରେ ସଫଳ ହେଲେଣି କି ନାହିଁ ତାହା ଏ ଯାଏଁ ଜଣାପଡିନାହିଁ।

ନ୍ୟୁୟର୍କ ଟାଇମ୍ସରେ ଏହି ଖବର ପ୍ରକାଶ ପାଇବା ପରେ, ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ତାଙ୍କ ସରକାର ହ୍ୟାକର୍ସମାନଙ୍କ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଚୀନ କରୋନା ଟୀକା ବାହାର କରିବା କ୍ଷେତ୍ରରେ ତାର ପ୍ରୟାସ ଜାରି ରଖିଛି । ଏପରି ହ୍ୟାକରଙ୍କୁ ଚୀନ ସହ ଜଡିତ କରିବାକୁ ନେଇ ଜାଓ ଆପତ୍ତି ଉଠାଇଛନ୍ତି ।

Related posts

ଗୁଜୁରାଟ କଂଗ୍ରେସ ବିଧାୟକ କରୋନା ସଂକ୍ରମିତ

mahabharatanews

ସାରା ଦେଶରେ ଏମ୍ସ ସ୍ଥାପନ ବାଜପେୟୀଙ୍କ ସ୍ୱପ୍ନ ଥିଲା : ହର୍ଷବର୍ଦ୍ଧନ

mahabharatanews

ସହଜ ଉପାୟରେ ଦୂର କରନ୍ତୁ ବେକର କଳାପଣ

mahabharatanews