Uncategorized

ସହଜ ଉପାୟରେ ଦୂର କରନ୍ତୁ ବେକର କଳାପଣ

(ମହାଭାରତ): ପ୍ରାୟତଃ ଯୁବତୀମାନେ ନିଜ ମୁହଁରେ ଅଧିକ ଧ୍ୟାନ ଦିଅନ୍ତି । କିନ୍ତୁ ଏହା ଚକ୍କରରେ ବେକର ସୁନ୍ଦରତା ପ୍ରତି ଧ୍ୟାନ ଦେବାକୁ ଭୁଲିଯାଆନ୍ତି । ଏପରି ବେକକୁ ଅଣଦେଖା କରିବା ଦ୍ୱାରା ବେକରେ କଳାପଣ ସମସ୍ୟା ବଢିଯାଏ । ଯୁବତୀମାନେ ଗାଧୋଇବା ସମୟରେ ବେକରେ ସାବୁନ ଲଗାଇ ରଗଡି କରି ସଫା କରନ୍ତି । ଫଳରେ ବେକ ଲାଲ ପଡିବା ସହ ଖଣ୍ଡିଆ ମଧ୍ୟ ହୋଇଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କେବେ ଉପାୟ ବିଷୟରେ ଜଣାଇବୁ, ଯାହା ଆପଣଙ୍କ ଏପରି ସମସ୍ୟା ଦୂର କରିବ । ଆସନ୍ତୁ ଜାଣିବା କ’ଣ ସବୁ ଏହି ଉପାୟ ..

ଆଳୁ ଏବଂ ଲେମ୍ବୁ ରସ: ଚିନି ବ୍ୟତୀତ ଆଳୁ ଏବଂ ଲେମ୍ବୁ ରସ ମଧ୍ୟ ବେକର କଳାପଣ ଦୂର କରିବାରେ ବେଶ ସହାୟକ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଦାଗ ଦୂର କରିଥାଏ । ପ୍ରତିଦିନ ସକାଳେ ଗାଧୋଇବା ପୂର୍ବରୁ ୧ଚାମଚ ଆଳୁ ରସ ଏବଂ ଚାମଚ ଲେମ୍ବୁ ରସ ମିଶାଇ ବେକରେ ଲଗାନ୍ତୁ । ୧୦ରୁ୧୫ ମିନିଟ୍ ରଖିବା ପରେ ଗାଧୋଇପଡନ୍ତୁ । ୧ ସପ୍ତାହ ଏହାକୁ ଲଗାଇବା ପରେ ବେକରୁ କଳାଦ।।ଗ ଦୂର ହୋଇଥାଏ ।

ଚିନି: ବେକ କଳାପଣ ଦୂର କରିବା ପାଇଁ ସବୁଠାରୁ ସହଜ ଉପାୟ ଚିନି ବ୍ୟବହାର କରିବା । ଏଥିପାଇଁ ବେକକୁ ଅଳ୍ପ ପାଣିରେ ଓଦା କରିଦିଅନ୍ତୁ । ଏହାପରେ ୧-୨ ଟେବୁଲସ୍ପୁନ ଚିନି ନେଇ ସ୍କ୍ରବ ଭଳି ବେକରେ ରଗଡନ୍ତୁ । ୧୦ରୁ ୧୫ ମିନିଟ ରଗଡିବା ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ ।

ଚିନି ପାଣି: ଦୁଇ ଟେବୁଲସ୍ପୁନ ଚିନିକୁ ଅଳ୍ପ ପାଣିରେର ଫୁଟାଇ ଦିଅନ୍ତୁ । ଏହାକୁ ଥଣ୍ଡା ହେବା ପରେ ମିଶ୍ରଣକୁ ନେଇ ହାଲକା ବେକରେ ମସାଜ କରନ୍ତୁ । ଅଳ୍ପ ସମୟ ପାଇଁ ଏହାକୁ ରଖିବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ବେକ ସଫା ହେବା ସହିତ ମୁଲାୟମ,ଉଜ୍ଜ୍ୱଳ ଦେଖାଯିବ ।

Related posts

ୟୁକୋ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

mahabharatanews

ପେଟ ଥଣ୍ଡା କରେ ଗୁଡ

mahabharatanews

ନ୍ୟୁଜ ଆଙ୍କର ଅମିଶ ଦେବଗନଙ୍କ ବିରୋଧରେ କୌଣସ ବାଧ୍ୟତାମୂଳକ କାର୍ଯ୍ୟ ନାହିଁ: ଏସସି

mahabharatanews