Uncategorized

କରୋନା ଭାଇରସରୁ ରକ୍ଷା ପାଇଁ ହ୍ୟାଣ୍ଡ ସାନିଟାଇଜର କେତେ ପ୍ରଭାବୀ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

(ମହାଭାରତ): ସାରା ବିଶ୍ୱରେ କରୋନା ଭାଇରସ ଦ୍ରୁତଗିତରେ ବ୍ୟାପିବାରେ ଲାଗିଛି ।ଏହାକୁ ଲୋକଙ୍କ ମଧ୍ୟରେ ଅ ।ତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ ଅ ।ରମ୍ଭରୁ ସ୍ୱଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉପରେ ପରାମର୍ଶ ଦେଉଛନ୍ତିା ସର୍ବାଧିକ ସଂକ୍ରମଣ ବିସ୍ତାର ହେବାର ଅ ।ଶଙ୍କା ହାତରେ ଥିବାରୁ ବାରମ୍ବାର ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଅ ।ଯାଉଛିା ତେବେ ସବୁ ସ୍ଥାନରେ ହାତ ଧୋଇବା ସମ୍ଭବ ନୁହେଁ । ବିଶେଷକରି କର୍ମକ୍ଷେତ୍ରରେ କିମ୍ବା ଯାତ୍ରା ସମୟରେ । ଏଭଳି ପରିସ୍ଥିତିରେ ଲୋକମାନେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତିିା ମାତ୍ର ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କେତେ ପ୍ରଭାବୀ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁସାରେ, ଯଦି ଅ ।ପଣ ଅ ।ଲକହଲ ଯୁକ୍ତ ସାନିଟାଇଜରରେ ହାତ ସଫା କରୁଛନ୍ତି ତେବେ ପରେ ତା’କୁ ସାବୁନ ଏବଂ ପାଣିରେ ଧୋଇବା ଉଚିତ । କୁହାଯାଉଛି ସାନିଟାଇରଜ ବ୍ୟବହାର କରିବା ଦ୍ୱାରା କରୋନା ଭାଇରସ ସଂକମ୍ରଣରୁ ମୁକ୍ତି ପାଇପାରିବେ ।
ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଅ ।ମ ହାତରୁ ଜୀବାଣୁ ସଫାକରି ପାପୁଲିରେ ଏକ ଛୋଟ ସୁଗନ୍ଧ ଛାଡ଼ିଥାଏ । ମାତ୍ର ଏହାର ଅଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କିପରି କ୍ଷତିକାରକ ହୋଇଥାଏ ଜାଣନ୍ତୁ ସେ ବିଷୟରେ । ହ୍ୟାଣ୍ଡ ସାନିଟାଇଜରରେ ଟ୍ରାଇକ୍ଲୋସାନ ନାମକ ଏକ ରାସାୟନିକ ପଦାର୍ଥ ଥାଏ । ଏହା ଚର୍ମକୁ ଶୁଷ୍କ କରିଥାଏ । ଏହାର ଅଧିକ ବ୍ୟବହାର ଦ୍ୱାରା ରାସାୟନିକ ପଦାର୍ଥ ରକ୍ତରେ ମିଶିଥାଏ । ଏହାସହିତ ଏଥିରେ ବେନ୍ଚାଲକୋନିୟମ କ୍ଲୋରାଇଡ ମଧ୍ୟ ରହିଥାଏ । ଯାହା ହାତରେ ଜୀବାଣୁକୁ ବାହାର କରିଥାଏ । ମାତ୍ର ଏହାର ଅତ୍ୟଧିକ ବ୍ୟବହାର ଚର୍ମ ପାଇଁ ଭଲ ନୁହେଁ । ଏହାର ଅଧିକ ବ୍ୟବହାର ହାତ କୁଣ୍ଡେଇ ହେବା ଭଳି ସମସ୍ୟା ସୃଷ୍ଟି କରିଥାଏ । ସାନିଟାଇଜର ବ୍ୟବହାର କରିବା ସମୟରେ ଏହିସବୁ ଜିନିଷ ଧ୍ୟାନରେ ରଖନ୍ତୁ :
– ସାନିଟାଇଜର ବ୍ୟବହାର କରିବା ପୂର୍ବରୁ ଅ ।ପଣଙ୍କ ହାତ ସଂପୂର୍ଣ୍ଣ ଶୁଷ୍କ ଥିବା ଅ ।ବଶ୍ୟକ ।
– ସାନିଟାଇଜର ବ୍ୟବହାର କରିବା ପରେ ହାତକୁ ଧୁଅନ୍ତୁ ନାହିଁ ।
– ସାନିଟାଇଜର ବ୍ୟବହାର କରିବା ପରେ ଅ ।ପଣଙ୍କ ତ୍ୱ• ଠିକ୍ ଭାବେ ଅବଶୋଷିତ ହେଉଛି ନାହିଁ ସୁନିଶ୍ଚିତ କରନ୍ତୁ ।
– କରୋନା ଭାଇରସର ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ । ଯଦି କିଛି ଅ ।ପଣଙ୍କୁ ଏପରି ଅନୁଭବ ହୁଏ ତେବେ ତୁରନ୍ତ ଚିକିତ୍ସା କେନ୍ଦ୍ରକୁ ଯାଇ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

Related posts

ସୋପିଆନା, ଅବନ୍ତୀପୁରାରେ ଏନକାଉଣ୍ଟର: ୮ ଆତଙ୍କବାଦୀ ନିହତ

mahabharatanews

ଲକ୍ଷେ୍ନøରେ ୨୫ ଯାଏ ଇଣ୍ଟରନେଟ ସେବା ବନ୍ଦ

mahabharatanews

ଏସଏନ ଶ୍ରୀବାସ୍ତବ ଦିଲ୍ଲୀର ନୂଆ ପୋଲିସ କମିଶନର

mahabharatanews