Uncategorized

ଏନସିବିକୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ସମୟ ମାଗିଲେ ଅର୍ଜୁନ ରାମପାଲ

ନୂଆଦିଲ୍ଲୀ – ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ ବ୍ୟୁରୋ ତାର ଖୋଳତାଡ ଜାରି ରଖିଛି । ଏନସିବି ଆଜି ଅଭିନେତା ଅର୍ଜୁନ ରାମପାଲଙ୍କୁ ପୁଣି ଥରେ ଡାକି ପଚରାଉଚରା ପାଇଁ ଡକାଇଥିଲେ । ଅର୍ଜୁନ ରାମପାଲ ଡିସେମ୍ବର ୨୧ କୁ ସମୟ ମାଗିଛନ୍ତି । ଡିସେମ୍ବର ୨୨ ୧୧ ଟା ସମୟରେ ଯାଞ୍ଚ ପାଇଁ ଉପସ୍ଥିତ ହେବାକୁ କହିଛନ୍ତି ଅର୍ଜୁନ ରାମପାଲ । ଗତ ମଙ୍ଗଳବାର ଦିନ ଏନସିବି ଅର୍ଜୁନ୍ ରାମପାଲଙ୍କୁ ପୁଣି ଥରେ, ସମନ ଜାରି କରିଥିଲେ । ଏହା ପୂର୍ବରୁ ମଧ୍ୟ ନଭେମ୍ବର ମାସରେ ଏନସିବି ଅର୍ଜୁନ୍ ରାମପାଲଙ୍କ ଘରେ ରେଡ କରିଥିଲେ । ତାଙ୍କ ଘରେ ଡ୍ରଗ୍ସ୍ ମିଳିନଥିଲା ସତ, କିନ୍ତୁ କିଛି ଔଷଧ ମିଳିଥିଲା । ଏହାପରେ ଅର୍ଜୁନ୍ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ କିଛି ଘଂଟା ଧରି ପଚରାଉଚୁରା କରିଥିଲା ଏନସିବି ।

Edit by sanjulata sahoo

Related posts

 ରାସ୍ତାରେ କରୋନା ମୃତଦେହ ଫିଙ୍ଗି ଚାଲିଗଲେ ଆମ୍ବୁଲାନ୍ସ କର୍ମଚାରୀ

mahabharatanews

ଭାରତ ପାଇଲା ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ସ୍ଥାନ

mahabharatanews

ଆମେରିକାରେ କରୋନା ସଂକ୍ରମଣ ୭ଲକ୍ଷ ୫୯ ହଜାର ୬୮୭, ମୃତ୍ୟୁ ୪୦ ହଜାର ୬୮୨

mahabharatanews