Uncategorized

କରୋନା ଭାଇରସ: ସାନିଟାଇଜର ଓ ସାବୁନ ମଧ୍ୟରେ କେଉଁଟା ଭଲ

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଚାଇନାରୁ ଓୁହାନ ସହରର କରୋନା ଜୀବାଣୁ ଉତ୍ପନ୍ନ ହୋଇ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଦେଶକୁ ବ୍ୟାପିବାରେ ଲାଗିଛି । ଭାରତରେ ମଧ୍ୟ କରୋନା ତାର ଆତଙ୍କ ଖେଳାଇଛି । ଭାରତରେ ଏହି ଭାଇରସ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଛି । କିପରି ଏହି ଭାଇରସରୁ ମୁକ୍ତି ମିଳିବ ସେ ନେଇ ବିଭିନ୍ନ ଦିଗରୁ ଚାଲିଛି କସରତ । ବତର୍ମାନ ଏହି ଭାରଇସରୁ ରକ୍ଷା ପାଇବା ପାଇଁ ସାନିଟାଇଜର ସାହାର୍ଯ୍ୟରେ ହାତ ଧୋଇାବାକୁ ପରାମର୍ଶ ଦିଆଯାଇଛି । ତେବେ ଭାଇରସରୁ ମୁକ୍ତି ପାଇବା ପାଇଁ ସାନିଟାଇଜର ଓ ସାବୁନ ମଧ୍ୟରେ କେଉଁଟା ଭଲ ତାହାକୁ ନେଇଁ ବିତର୍କ ମଧ୍ୟ ଆରମ୍ଭ ହୋଇଯାଇଛି ।
ସାଉଥ ୱେଳ୍ସ ବିଶ୍ୱବିଦ୍ୟାଳୟ ପ୍ରଫେସର ପଲ ଥୋର୍ଡ଼ସନ କରୋନା ଜୀବାଣୁକୁ ଏଡ଼ାଇବା ପାଇଁ ସାବୁନକୁ ଏକ ଉତ୍ତମ ବିକଳ୍ପ ବୋଲି ବର୍ଣ୍ଣନା କରିଛନ୍ତି । ସାବୁନ ଜୀବାଣୁରେ ଥିବା ଲିପିଡ଼କୁ ସହଜରେ ବିଲୋପ କରିପାରେ ବୋଲି ସେ କହିଛନ୍ତି ।

ବାସ୍ତବରେ ସାବୁନରେ ଫ୍ୟାାଟି ଏସିଡ଼ ଏବଂ ଆମ୍ପିଫାଇଲ ନାମକ ଲୁଣ ଭଳି ଉପାଦାନ ଥାଏ । ସାବୁନରେ ଥିବା ଏହି ଉପାଦାନ ଗୁଡ଼ିକ ଜୀବାଣୁର ବାହ୍ୟ ସ୍ତରକୁ ନିରପେକ୍ଷ କରିଥାଏ ।

ପ୍ରାୟ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଦ୍ୱାରା ଜୀବାଣୁ ଷ୍ଟିକ ସାମଗ୍ରୀ ନଷ୍ଟ କରିାବରେ ସହାୟକ ହୋଇଥାଏ । ଏହି ଷ୍ଟିକ ଜୀବାଣୁକୁ ଏକତ୍ର ରଖିବା ପାଇଁ କାର୍ଯ୍ୟ କରିଥାଏ ।

ଆପଣ ନିଶ୍ଚିତ ଅନେକ ଥର ଅନୁଭବ କରିଥିବେ ଯେ ସାବୁନରେ ହାତ ଧୋଇବା ପରେ ଚିର୍ମ ଟିକେ ଶୁଖିଲା ପଡ଼ିଥାଏ ଏବଂ ପାପୁଲିରେ କୁଞ୍ଚନ ଆସିଥାଏ । ଏହା ଏଥିପାଇଁ ହୋଇଥାଏ ଯେ ସାବୁନ ଯଥେଷ୍ଟ ଗଭୀରକୁ ଯାଇ ଜୀବାଣୁଙ୍କୁ ମାରିଦେଇଥାଏ ।

ବତର୍ମାନ ଆସନ୍ତୁ ଆଲୋଚନା କରିବା କାହିଁକି ସାନିଟାଇଜର ସାବୁନ ଭଳି ପ୍ରଭାବଶାଳୀ ନୁହେଁ । ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନ ଅନୂଯାୟୀ ଜେଲ , ତରଳ କୁମ୍ବା କ୍ରିମ ଆକାରରେ ସାନିଟାଇଜର କରୋନା ଜୀବାଣୁ ମୁକାବିଲା କରିବାରେ ସାବୁନ ଭଳି କାମ କରିପାରିବ ନାହିଁ । କରୋନା ଭାଇରସ ପାଇଁ ଆଲକହଲ ଥିବା ତରଳ ପଦାର୍ଥ ହିଁ ଉପଯୁକ୍ତ । ସାଧାରଣତଃ ବ୍ୟବହୃତ ସାବୁନ ଏହା ପାଇଁ ବହୁତ ଭଲ ବିକଳ୍ପ ।

Related posts

ଭ୍ରଷ୍ଟାଚାର ମାମଲ।ରେ ସିବିଆଇ ଯାଞ୍ଚକୁ ନେଇ କେ।ର୍ଟ ଅସନ୍ତୁଷ୍ଟ

mahabharatanews

ପୁଣି ଥରେ ମା ହେଲେ ବଲିଉଡ଼ ଅଭିନେତ୍ରୀ ଲିଜା ହେଡ଼େନ

mahabharatanews

ଟୀକା ନେବା ପରେ ୪୬ ବର୍ଷୀୟ  ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଅଭିଯୋଗ

mahabharatanews