ରଜନୀକାନ୍ତ ପାତ୍ର/ ହିଞ୍ଜିଳି: କରୋନା ଲୋକଙ୍କୁ ଏମିତି ଭୟଭୀତ କରିଛି କି ଅନ୍ୟ ଯେକୌଣସି କାରଣରୁ ମୃତ୍ୟୁ ହେଲେ ମଧ୍ୟ ଲୋକେ ମୃତକଙ୍କ ପାଖ ମାଡୁ ନାହାନ୍ତି । ବାର୍ଦ୍ଧକ୍ୟଜନିତ ମୃତରେ ମଧ୍ୟ ମିଳୁନି ପାଖ ପଡୋଶୀ ଓ ସମ୍ପର୍କୀୟଙ୍କ କାନ୍ଧ । ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ କୁକୁଡ଼ା ଖଣ୍ଡି ବ୍ଲକ ବୋରିଗାଓଁ ପଂଚାୟତ ଯାକରାପଲି ଗ୍ରାମରେ । ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସାହିବସିନ୍ଦା, ପଡୋଶୀ, ସମ୍ପର୍କୀୟ ନ ଆସିବା ଘଟଣା ଅନେକଙ୍କୁ ବିସ୍ମିତ କରିଛି । ଗତ ଦୁଇ ଦିନ ତଳେ ଜି ଶ୍ୟାମାଙ୍କ ପତ୍ନୀ, ଜି ବୁଡ଼ିଆମ୍ମାଙ୍କ ମୃତ୍ୟୁ ହୋଇଥିଲା । ସଂକ୍ରମଣ ଭୟ ରେ ଶବ ପାଖତଡ଼ କେହି ମାଡିନଥିଲେ, ଦୀର୍ଘ ସମୟ ଶବ ସେମିତି ପଡି ରହିଥିଲା। ପରବର୍ତ୍ତୀ ସମୟରେ ସ୍ଥାନୀୟ ସରପଞ୍ଚ ଏବଂ ସେହି ଅଞ୍ଚଳର କିଛି ଜଣ ଯୁବକଙ୍କ ସହାୟତା ଗାଁ ମଶାଣିକୁ ନେଇ ଶବ ଦାହ କରାଯାଇଥିଲା । ଗଂଜାମ ଜିଲ୍ଲାରେ କରୋନା ସଂକ୍ରମିଟଙ୍କ ସଂଖ୍ୟା ଅଧିକ ଥିବାରୁ ବିଭିନ୍ନ ସମୟରେ ଏଭଳି ଘଟଣା ଘଟିବାର ନଜିର ରହିଛି।
previous post