ଓଡିଶା

ରାଜ୍ୟରେ  ୬ ଜଣଙ୍କ କରୋନାଜନିତ ମୃତ୍ୟୁ 

ଭୁବନେଶ୍ୱର/ଶିଳାସ୍ମିତା ରାୟ : ରାଜ୍ୟରେ କରୋନା ମୃତ୍ୟୁ ଥମିବାର ନାମ ନେଉ ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ସୂଚନା ଦିଆଯାଇଛି ।
ଆଜିର ୬ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ରାୟଗଡା ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ଜଣେ ଏବଂ ଗଜପତି ଜିଲ୍ଲାରୁ ଜଣେ ରହିଛନ୍ତି । ଗଞ୍ଜାମ ଜିଲ୍ଲାର ୪୪ ବର୍ଷୀୟ ପୁରୁଷ ମୃତକ ମଧୁମେହରେ ପୀଡିତ ଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ୫୯ ବର୍ଷୟା ଓ ଜଣେ ୫୦ ବର୍ଷୀୟା ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲାର ଜଣେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ କିଡନୀ ରୋଗରେ ପୀଡିତ ୭୧ ବର୍ଷ ବୟସ୍କ ପୁରୁଷ, ଗଜପତି ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ, ଭଦ୍ରାକ ଜିଲ୍ଲାର ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଜଣେ ୬୦ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି ।
ସେହିଭଳି ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ଇଣ୍ଟ୍ରା ମସ୍ତିଷ୍କ ରକ୍ତସ୍ରାବ ଏବଂ ମସ୍ତିଷ୍କ ଇନଫାର୍କସନ କାରଣରୁ ମୃତ୍ୟୁ ହୋଇଛି । ନୟାଗଡ଼ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ପେଟ ଏବଂ ଫୁସଫୁସ କର୍କଟ କାରଣରୁ ମୃତ୍ୟୁ ହୋଇଛି ।

Related posts

ମାଟ୍ରିକ୍ ରେଜଲ୍ଟ ମେ ୧୮ରେ

mahabharatanews

ବନ୍ୟା ପାଣିରେ ଭାସିଯାଇ ଶିଶୁକନ୍ୟାର ମୃତ୍ୟୁ…

mahabharatanews

ଆସନ୍ତାକାଲି ଅନୁଷ୍ଠିତ ହେବ ଏଏସଓ ପରୀକ୍ଷା

mahabharatanews