ଓଡିଶା

ତୁଟୁନି ବିବାଦ ; ୨ଦିନ ହେଲା ଉପାସରେ ପ୍ରଭୁ ଲିଙ୍ଗରାଜ

(ଭୁବନେଶ୍ୱର) : ଆଜି ବି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ। ଗତକାଲିଠୁ ଉପବାସରେ ରହିଛନ୍ତି ପ୍ରଭୁ ଲିଙ୍ଗରାଜ। ମନ୍ଦିର ପ୍ରଶାସନ ସହ ବୈଠକ ପରେ ସ୍ଥିତି ସ୍ୱାଭାବିକ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ୧୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ, ଦେବୋତ୍ତର କମିସନର କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନାନୁଯାୟୀ , ସାମନ୍ତରାପୁର ଗଙ୍ଗୁଆ ନାଳ ନିକଟରେ ପ୍ରଭୁ ଲିଙ୍ଗରାଜଙ୍କର ୨ ଏକର ବେବନ୍ଦୋବସ୍ତ ଜମି ଉପରେ ବଡ଼ୁ ନିଯୋଗ ନିର୍ମାଣ କାର୍ଯ୍ୟ କରୁଛି।୨୦୧୮-୧୯ ମସିହାରେ ବଡ଼ୁ ନିଯୋଗ ସେଠାରେ ପ୍ରାୟ ୧୮ଟି ଦୋକାନ ଘର ନିର୍ମାଣ କରୁଥିବା ବେଳେ ଦେବୋତ୍ତର କମିଶନର ଓ ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଦିଆଯାଇଥିଲା। ଫଳରେ କାମ ଅଧାରୁ ବନ୍ଦ ରହିଥିଲା। ଏହାକୁ ଚ୍ୟାଲେଞ୍ଜ କରି ବଡ଼ୁ ନିଯୋଗ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ କାମ ଚାଲିଥିବା ବଡ଼ୁ ନିଯୋଗ କହିଛି। ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ।

Related posts

ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

mahabharatanews

ଲକ୍ ଡାଉନ୍ ପ୍ରଭାବ: ଖାଦ୍ୟ ନ ପାଇ ଲୋକେ ଡହଳ ବିକଳ

mahabharatanews

ପାଣିରେ ବୁଡି ଜଣକର ମୃତ୍ୟୁ ଏବଂ ଜଣେ ଗୁରୁତର

mahabharatanews