ରଜନୀକାନ୍ତ ପାତ୍ର/ ହିଞ୍ଜିଳି: କୋରୋନାକୁ ନେଇ ଏବେ ସାରା ବିଶ୍ଵ କାନ୍ଦୁଥିବା ବେଳେ ତାହାରି କବଜାରେ ସାରା ଗଂଜାମ ଜିଲ୍ଲା । ଜିଲ୍ଲାରେ ଦୈନିକ ଅ।କ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ହେଲେ ସେହି କୋରୋନାକୁ ହରାଇବାରେ ସକ୍ଷମ ହୋଇପାରିଛନ୍ତି ସୋରଡା ବ୍ଳକ ଚାକୁଣ୍ଡା ଗାଁର ଜଣେ ୯୫ ବର୍ଷିୟ ବୃଦ୍ଧ । ଯାହାକୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରଙ୍କ କାର୍ୟ୍ୟାଳୟରୁ ଫୋନ କଲ ଅ।ସିଛି ବୃଦ୍ଧଙ୍କ ପାଖକୁ । ତେବେ ସେହି ବୃଦ୍ଧଙ୍କୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।
କୋରୋନାକୁ ନେଇ ଗାଁଠୁ ସହର ସବୁଠାରେ କୋକୁଆ ଭୟ । ଏପରି ଭୟ ଭିତରେ କିନ୍ତୁ ସୋରଡା ବ୍ଳକ ସରାବାଡି ଗ୍ରାମ ପଂଚାୟତର ଚାକୁଣ୍ଡା ଗାଁର ଉଦୟ ବିଷୋୟୀ(୯୫)ଙ୍କ ପରିବାରରେ ଦେଖା ଦେଇଛି ଖୁସିର ଲହରି । କାରଣ ଏହି ବୃଦ୍ଧ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଚଳିତ ମାସ ୮ ତାରିଖ ଦିନ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ସ୍ଲାବ ଟେଷ୍ଟ ହେବାରୁ ତାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । କିନ୍ତୁ ଏହି ୯୫ବର୍ଷିୟ ବୃଦ୍ଧ ହାର ମାନି ନଥିଲେ । ସରକାରଙ୍କ ନିୟମ ପ୍ରକାରେ ଶୀତଳାପଲ୍ଲୀ କୋଭିଟ ମେଡିକାଲକୁ ଚିକିତ୍ସା ପାଇଁ ଚାଲିଯାଇଥିଲେ । ସେଠାରେ ନଅ ଦିନର ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବା ସହ ଫେରିଛନ୍ତି ନିଜ ଗାଁକୁ। ଯାହାକୁ ନେଇ ସେ ବୁହତ ଖୁସିଥିବା କହିଛନ୍ତି ।
ଏହି ବିଜୟକୁ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ମଧ୍ୟ ଫୋନ କଲ ତାଙ୍କୁ ଯାଇଛି । ତେବେ କୋରୋନାକୁ ଡରିଲେ ନିଶ୍ଚୟ କୋରୋନା ଡରାଇବ । ଏଣୁ ଏହାକୁ ନ ଡରି ସଚେତନତା ରହିଲେ ଏହି ବୃଦ୍ଧଙ୍କ ଭଳି ଅ।ମେ ବି କୋରୋନାକୁ ହରାଇବାରେ ସକ୍ଷମ ହୋଇପାରିବା ।
previous post
