Uncategorized

କଶାବକୁ ଧରିଥିବା ୧୪ ପୁଲିସଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ: ୨୦୦୮ ନଭେମ୍ବର ୨୬ ତାରିଖରେ ଆତଙ୍କବାଦୀ ଅଜମଲ କଶାବକୁ ମୁମ୍ବାଇରୁ ଗିରଫ କରିଥିବା ୧୪ ଜଣ ପୁଲିସ କର୍ମଚାରୀଙ୍କୁ ମହାରାଷ୍ଟ୍ର ସରକାର ପଦୋନ୍ନତି ଦେଇଥିବା ଆଜି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜମଲ କଶାବକୁ ମୁମ୍ବାଇରୁ ୨୬ ନଭେମ୍ବର ୨୦୦୮ରେ ଗିରଫ କରାଯାଇଥିଲା । ତାକୁ ଗିରଫ କରିବାକୁ ୧୪ ଜଣ ପୁଲିସ କର୍ମଚାରୀଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ହୋଇଥିଲା । ସେମାନଙ୍କୁ ରାଜ୍ୟ ସରକାର ପଦୋନ୍ନତିରେ ସମ୍ମାନିତ କରିଛି ।

ସୂଚନାଯୋଗ୍ୟ, ଆତଙ୍କବାଦୀ କଶାବ ଓ ତାର ସହଯୋଗୀ ୨୦୦୮ରେ ମୁମ୍ବାଇ ଆକ୍ରମଣକୁ ରୂପ ଦେଇଥିଲେ । ଏହି ଆକ୍ରମଣରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ କଶାବ ହିଁ ଏକମାତ୍ର ଆତଙ୍କବାଦୀ ଯାହାକୁ ମୁମ୍ବାଇ ପୁଲିସ ଜୀବନ୍ତ ଗିରଫ କରିବାରେ ସକ୍ଷମ ହୋଇଥିଲେ । ୨୦୧୨ ନଭେମ୍ବର ୨୧ରେ କଶାବକୁ ଫାଶୀ ଦିଆଯାଇଥିଲା ।

Related posts

ଶୌର୍ଯ୍ୟ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

mahabharatanews

ମାଟି ତଳେ ପୋତିଥିଲେ ପୁଳା ପୁଳା ଟଙ୍କା ଓ ସୁନା ; ମୃତ୍ୟୁ ପରେ ଜାଣିଲେ ସମ୍ପର୍କୀୟ

mahabharatanews

ସିଏପିଏଫ କ୍ୟାଣ୍ଟିନରେ ବିକ୍ରିହେବ ସ୍ୱଦେଶୀ ସମାଗ୍ରୀ

mahabharatanews