ଓଡିଶା

କାଇଁଝରି ଡ୍ୟାମରେ ଶହଶହ ମଲା କୁକୁଡା ଭାସିବାକୁ ନେଇ ଲୋକେ ଆତଙ୍କିତ

କେନ୍ଦୁଝର: କେନ୍ଦୁଝରର କାଇଁଝରି ଡ୍ୟାମରେ ମରି ଭାସୁଛନ୍ତି ଶହ ଶହ ସଂଖ୍ୟାର କୁକୁଡା । ବାର୍ଡ ପ୍ଲୁ ପାଇଁ ଫାର୍ମ ମାଲିକ ମଲା କୁକୁଡାଙ୍କୁ ବସ୍ତାରେ ଭର୍ତ୍ତି କରି ଡ୍ୟାମରେ ଫୋପାଡି ଦେଉଥିବା ସନ୍ଦେହ କରାଯାଉଛି । ଏତେ ସଂଖ୍ୟକ ମଲା କୁକୁଡା ଡ୍ୟାମରେ ଭାସୁ ଥିବାରୁ ଲୋକଙ୍କ ମଧ୍ୟରେ ଭୟର ଭାତାବରଣ ସୃଷ୍ଟି ହୋଇଛି । ଏହି ଡ୍ୟାମରୁ କେନ୍ଦୁଝରର ଅଧିକାଂଶ ଅଞ୍ଚଳକୁ ଜଳ ଯୋଗାଣ ହୋଇଥାଏ । ଏହରି ମଲାକୁକୁଡାଙ୍କ ଦ୍ୱାରା ନଦୀ ଜଳ ଦୂଷିତ ହେଉଥିବାକୁ ନେଇ ଲୋକଙ୍କ ମଧ୍ୟରେ ନ।।ନା ଆଶଙ୍କା ଦେଖିବାକୁ ମିଳୁଛି । ଗୋଟିଏ ପଟେ କୋରୋନା ସଂକ୍ରମଣକୁ ନେଇ ଲୋକେ ଭୟଭୀତ ଥିବା ସମୟରେ ଏହି କୁକୁଡା ମଡକକୁ ନେଇ ଲୋକଙ୍କ ମଧ୍ୟରେ ନ।।ନା ଗୁଜବ ପ୍ରଚାର ହେଉଛି । ଜିଲ୍ଲା ପ୍ରଶାସନ ଏହି କୁକୁଡା ମଡକର କାରଣ ଜାଣିବା ସହ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି ।

Related posts

ବଢ଼ିଲା ଯୁକ୍ତ୨ ଆବେଦନ ଅବଧି

mahabharatanews

ରାଜ୍ୟରେ ମୁଣ୍ଡ ଟେକୁଛି ସ୍କ୍ରବ୍ ଟାଇଫସ୍‌ , ୫ମୃତ

mahabharatanews

ଉଦ୍ଘାଟନ ପୂର୍ବରୁ ଭାଙ୍ଗି ଦେଲେ ଫଳକ

mahabharatanews

Leave a Comment