ଓଡିଶା

ହୋଲି ଦୁର୍ଘଟଣାର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ

ଭୁବନେଶ୍ୱର: ଅ।ସନ୍ତା କାଲି ହେଉଛି ରଙ୍ଗର ପର୍ବ ହୋଲି । ଭାଇଚାରାର ଏହି ପର୍ବରେ ପ୍ରତିବର୍ଷ ବହୁ ଅଘଟଣ ଘଟି ଅନେକଙ୍କ ଜୀବନହାନୀ ଘଟିଥାଏ । କେଉଁଠି ଗୋଷ୍ଠୀ ସଂଘର୍ଷରେ ଲୋକେ ଲହୁ ଲୁହାଣ ହୋଇଥାନ୍ତି ତ ପୁଣି କେଉଁଠି ମଦ୍ୟପାନ କରି ଗାଡି ଚଳାଇ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଆଉ ପୁଣି କେଉଁଠି ନଦୀରେ ହୋଲି ପରେ ଗାଧୋଉଥିବା ସମୟରେ ନିଶାସକ୍ତ ଅବସ୍ଥାରେ ଲୋକେ ପାଣିରେ ବୁଡି ଯାଇଥାନ୍ତି । ଏପରି ସବୁ ଅଘଟଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ସରକାର ଆଗୁଅ।। ପଦକ୍ଷେପ ନେଇଛି । ଚଳିତ ବର୍ଷ ଏହି ଦୁର୍ଘଟଣାର ମୁକାବିଲା କରିବାକୁ କ୍ୟାପିଟାଲ ହସ୍ପିଟାଲକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ହୋଲି ଦିନ ଜରୁରୀକାଳୀନ ସେବା ପାଇଁ ହସ୍ପିଟାଲରେ ଅଧିକ ଡାକ୍ତର ନିୟୋଜିତ ହୋଇଛନ୍ତି । ଏଥିସହ ଚର୍ମ ଡାକ୍ତର, ଚକ୍ଷୁ ଡାକ୍ତର, ଇଏନଟି ଡାକ୍ତର ମଧ୍ୟ ସଜାଗ ରହିବେ । ଜରୁରୀକାଳୀନ ବିଭାଗରେ ୧୯ଟି ବେଡ ରହିଛି । ତା ସହ ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି । ଏଥିସହ ଗୋଟିଏ ଆମ୍ବୁଲାନ୍ସକୁ ମଧ୍ୟ ରିଜର୍ଭ କରାଯାଇଛି । ଏପରି କି ୧୭ଟି ପେଟ୍ରୋଲିଂ ଭ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Related posts

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଓଏସ୍ଏସଟିଇଟି ପରୀକ୍ଷାରେ ଅସାଧୁ ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ

mahabharatanews

ଅପ୍ରେଲ ୧୪ ତାରିଖରୁ ୨୦ ତାରିଖ ଯାଏ ପାଳନ କରାଯିବ ଅଗ୍ନିଶମ ସେବା ସପ୍ତାହ

mahabharatanews