ଓଡିଶା

କାମରେ ଆସିଲାନି ମେଡିକାଲ ସାଲାଇନ, ଗୁରୁତ୍ୱର ଅବସ୍ଥାରେ ରୋଗୀ କିଣିଲେ ବାହାରୁ ସାଲାଇନ

ଅସ୍ତରଙ୍ଗ: ଅବ୍ୟବସ୍ଥା ଭିତରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ରୋଗୀଙ୍କୁ ମିଳୁନାହିଁ ସରକାରୀସ୍ତରରୁ ଆସୁଥିବା ସାଲାଇନ । ଯାହା ବି ଅଛି ମେଡିକାଲ ସାଲାଇନ ରୋଗୀଙ୍କୁ ଦେଲେ ରୋଗୀ ଥରୁଛନ୍ତି, ଯାହାକି ଡ଼ାକ୍ତର ପରାମର୍ଶ ଦେଉଛନ୍ତି ବାହାର ଦୋକାନରୁ ସାଲାଇନ କିଣିବା ପାଇଁ, କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶିଳ ଅସ୍ତରଙ୍ଗ ବ୍ଲକର ପନ୍ଦର ପଂଚାୟତ ଅଧିବାସୀ । ହେଲେ ମେଡିକାଲ ରୋଗୀଙ୍କୁ କୁହାଯାଉଛି ବାହାର ମେଡ଼ିସିନ ଷ୍ଟୋରରୁ ସାଲାଇନ କିଣିବା ପାଇଁ ।

ଯାହାବି ମେଡିକାଲ ଷ୍ଟକ ସାଲାଇନ ଅଛି କୌଣସି ସାଲାଇନି ରୋଗୀଙ୍କ ପାଇଁ ଲାଗୁନାହିଁ। ଏ ଭଳି ସାଙ୍ଗତିକ ଅଭିଯୋଗ ଜଣେ ରୋଗୀ ଆଣିବା ପରେ ସ୍ଥିତି ପରଖିଥିଲା” ଆମ ଟିମ । ବାସ୍ତବିକ ଭାବରେ ମେଡିକାଲ ବେଡ଼ରେ ସମସ୍ତ ରୋଗି ମେଡିକାଲ ଷ୍ଟୋରରୁମରେ ଥିବା ସମସ୍ତ ସାଲାଇନି ରୋଗୀ ଶରୀର କାମ ଦେଉନାହିଁ, ଯାହାକି ଗରିବ ରୋଗୀଟିଏ ମେଡିକାଲ ବାହାର ଥିବା ମେଡ଼ିସିନ ଷ୍ଟୋରରୁ କିଣି ରୋଗିଙ୍କୁ ସାଲାଇନ ଦିଆଯାଉଛି । ଏମିତି ସନ୍ଧ୍ୟା ସମୟରେ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେ , ଜଣେ ବୃଦ୍ଧା ଡ଼ାଇରିଆ ଆକ୍ରାନ୍ତ ହୋଇ ମେଡିକାଲ ଆସିଥିବା ବେଳେ ସାଲାଇନ ମିଳିନଥିଲା । ଯଦି ଏଭଳି ଅବ୍ୟବସ୍ଥା ଭିତରେ ରୋଗୀଟିଏ ଆସେ ତେବେ ସେ କେଉଁ ସରକାରୀ ମେଡିକାଲ ଉପରେ ଭରସା କରିବେ ତାହା ଏକ ବଡ ପ୍ରଶ୍ନ ?

Related posts

୧୬ ହଜାର କଫ୍ ସିରପ୍ ବୋତଲ ଜବତ

mahabharatanews

ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ 

mahabharatanews

ବର୍ଷେ ଜେଲ ଦଣ୍ଡ ସହିତ ଜରିମାନା ଏବଂ ପୀଡିତାଙ୍କୁ ଆର୍ଥିକ ସହାୟତା   

mahabharatanews