ଓଡିଶା

ଟ୍ୟାଙ୍କର ଓଲଟି ୧ ମୃତ

(ମହାଭାରତ, ରାୟଗଡା): ରାୟଗଡା ସଦର ଥାନା ଅନ୍ତର୍ଗତ ଗୁମ୍ମାଘାଟିରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର ଓଲଟି ପଡିବାରୁ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଛି । ତେବେ ଡ୍ରାଇଭରର ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଗୁରୁବାର ଭୋର ସମୟରେ ଟ୍ୟାଙ୍କରଟି ଟିକିରି ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନିୟମ ପାଉଡର ନେଇ ମଧ୍ୟପ୍ରଦେଶ ଯାଉଥିଲା । କିନ୍ତୁ ଗୁମ୍ମା ଘାଟି ଠାରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଓଲଟି ପଡିଥିଲା । ଫଳରେ ଗାଡି ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଗାଡିକୁ କାଟି ଡ୍ରାଇଭରର ମୃତଦେହ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Related posts

ପାଣି ଆଣିବାକୁ ଯାଇ କାଉଡିଆ ନିଖୋଜ  

mahabharatanews

ରାଜ୍ୟ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗିଲା, ଆଜି ୨୨୫ ଚିହ୍ନଟ

mahabharatanews

ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି

mahabharatanews