ଓଡିଶା

କାର୍ଯ୍ୟରେ ଅବହେଳା ଅଭିଯୋଗରେ ୩ ପିଇଓ ନିଲମ୍ବିତ

(ମହାଭାରତ, ନୟାଗଡ): ନୟାଗଡ ଜିଲ୍ଲାର ତିନି ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡିଛି । କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ନୟାଗଡ ଜିଲ୍ଲାପାଳ ଡ଼. ପୋମା ଟୁଡୁଙ୍କ ନିର୍ଦ୍ଦେଶ କ୍ରମେ ଏମାନଙ୍କୁ ନିଲମ୍ବିତ କରାଯାଇଛି । ରିପୋର୍ଟ ଅନୁସାରେ ଭାପୁର ବ୍ଲକ ଅନ୍ତର୍ଗତ ଗୋଲାପୋଖରୀ ପଞ୍ଚାୟତ ପିଇଓ କୃଷ୍ଣଚନ୍ଦ ମଲ୍ଲିକ, ରଣପୁର ବ୍ଲକ ଅନ୍ତର୍ଗତ କେରାଣ୍ଡଟାଙ୍ଗି ପଞ୍ଚାୟତର ପିଇଓ ବିଜୟ ବେହେରା ଓ ଏହି ବ୍ଲକ ଅନ୍ତର୍ଗତ ବ୍ରଜରାଜପୁର ପଞ୍ଚାୟତର ପିଇଓ ସୂର୍ଯ୍ୟମଣି ସ୍ୱାଇଁଙ୍କ ବିରୋଧରେ ଉପରୋକ୍ତ ଅଭିଯୋଗକୁ ଆଧାର କରି ଦୀର୍ଘଦିନ ଧରି ତଦନ୍ତ ଚାଲିଥିଲା । ଏହା ସତ ପ୍ରମାଣିତ ହେବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Related posts

୧୦୫ ଲିଟର ମହୁଲି ମଦ ଜବତ, ୨ ଗିରଫ

mahabharatanews

ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା

mahabharatanews

ବଢୁଛି ତାତି; ରାଜ୍ୟବାସୀଙ୍କ ପାଇଁ ଏସ୍‌ଓପି ଜାରି

mahabharatanews