ଓଡିଶା

କାର୍ଯ୍ୟରେ ଅବହେଳା, ୧୦ ଶିକ୍ଷକଙ୍କୁ କାରଣ ଦର୍ଶାଅ ଓ ଦରମା ବନ୍ଦ କଲେ BEO

ସ୍କୁଲ କାର୍ଯ୍ୟରେ ଅବହେଳା। ଶିକ୍ଷକଙ୍କ ଦରମା ବନ୍ଦ କଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ। ୮ ସ୍କୁଲର ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କରାଯାଇଛି । ଯାହା ସୂଚନା ରହିଛି ହରଭଙ୍ଗା ବ୍ଲକର ଝାର ଖଣମ ସ୍କୁଲର ଶିକ୍ଷୟତ୍ରୀ ସୁଷମା ରାଣୀ ମଲ୍ଲିକ, ବାହାଳୀ ସ୍କୁଲ ର ଦୟା ହଂସ,ସୁରୁଣ୍ଡି ସ୍କୁଲ ର ପ୍ରଦୀପ୍ତ ସାହୁ,ବଲଣ୍ଡା ସ୍କୁଲର ସାଧୁ ଚରଣ ଦେହୁରୀ, ଖରସଂକୁଳେଇ ବିଦ୍ୟାଳୟ ର ବୀରେନ୍ଦ୍ର ମହାକୁଡ଼,ସାକୁସିଙ୍ଗା ସ୍କୁଲ ର ରଞ୍ଜନ ପାତ୍ର, କଣ୍ଟିଆପଦର ବାବୁଲି ସାହୁ, ଜିତେନ୍ଦ୍ର ଡ଼ାଳୁଆ, ଗୋଠ ସାହିର ଜୋଶ୍ନା ମିଶ୍ର ।

ସେହିପରି ବାହାଳୀ ସ୍କୁଲର ରାଜେନ୍ଦ୍ର ସାମଲଙ୍କୁ କାରଣ ଦର୍ଶାଅ ନୋଟିସ ସହ କାର୍ଯ୍ୟ ଅବହେଳା ନେଇ ଦରମା ବନ୍ଦ କରିଥିବା ଚିଠିରେ ଉଲ୍ଲେଖ ରହିଛି । ସୂଚନା ଥାଉକି ଏ ସମସ୍ତ ଶିକ୍ଷକ ମାନେ ମନଇଛା ଛୁଟି ରହିବା ସହ ଦୈନିକ ପାଠ୍ୟ ଖସଡ଼ା ପ୍ରସ୍ତୁତ ନକରିବା ଆଦି ବିଭିନ୍ନ ସରକାରୀ କାର୍ଯ୍ୟକ୍ଷେତ୍ର ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଇଓ ହାଡ଼ିବନ୍ଧୁ ବେହେରା ସୂଚନା ଦେଇଛନ୍ତି! ଅନ୍ୟପଟେ ଆଗାମୀ ଦିନ ରେ ପ୍ରତ୍ୟକ ସ୍କୁଲ ଉପରେ ଯାଞ୍ଚ କରାଯିବା ସହ କିପରି ଶୃଙ୍ଖଳିତ ଭାବେ ସ୍କୁଲ ରେ ଶିକ୍ଷାଦାନ ଠୁ ଆରମ୍ଭ କରି ସରକାରୀ କାର୍ଯ୍ୟକ୍ଷେତ୍ର ସଠିକ ଧଙ୍ଗ ରେ ଚାଲିବ ସେନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି ।

Related posts

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

mahabharatanews

ବେଆଇନ ବାଲି ଚାଲାଣ  ବେଳେ ଚଢ଼ାଉ : ଗୋଟିଏ ହାଇୱା ଜବତ,ଏକ ଲକ୍ଷ ଟଙ୍କା ଜୋରିମାନା

mahabharatanews

ଦୀପାଳି ଭରିବେ ନାମାଙ୍କନ, ଶକ୍ତି ପଦର୍ଶନ କରିବ ବିଜେଡି

mahabharatanews