ଓଡିଶା

କାଲିଠୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ୍

ଭୁବନେଶ୍ୱର: କାଲିଠୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ୍ । ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟୀକାକରଣ କରାଯିବ । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ୧୫ ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ୯୨% ଏବଂ ଦ୍ୱିତୀୟ ଡୋଜ ୮୨% ଟୀକାକରଣ କରାଯାଇଛି । ୧୨ରୁ ୧୪ ବର୍ଷର ପିଲାଙ୍କର ପ୍ରଥମ ଡୋଜ ୯୮% ଦ୍ୱିତୀୟ ଡୋଜ ୭୨% । ସେହିପରି ୧୮ରୁ ଅଧିକ ବର୍ଗର ଲୋକଙ୍କର ୯୬% ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ ୯୦% ଟୀକାକରଣ ଦିଆସରିଛି । ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡ଼ିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦ ବର୍ଷର ଅଧିକ ଲୋକମାନେ ୨୮% ଟୀକାକରଣ କରାଯାଇଛି ।

୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟୀକାକରଣ ଚାଲିବ । ରାଜ୍ୟରେ ପାଖାପାଖି ୩ ହଜାର ସରକାରୀ ଟୀକାକରଣ କେନ୍ଦ୍ର ରହିଛି । ସେଠାରେ ମାଗଣାରେ ଟୀକାକରଣ କରିପାରିବେ । ଟିକାକରଣ କେନ୍ଦ୍ରଗୁଡିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି । ଯଦି ମାଗଣାରେ ଏଭଳି ଟୀକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ । ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ ।

Related posts

ପିପିଲି ଥାନାକୁ ଅଚାନକ ଗସ୍ତକଲେ ଡ଼ିଜି

mahabharatanews

୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର କିନ୍ତୁ ଚାକିରି ଦେଇଛନ୍ତି ୧ ଲକ୍ଷ 5 ହଜାର ୪୪୪ ପିଲାଙ୍କୁ

mahabharatanews

ଶ୍ରୀଜିଉଙ୍କ ପାଇଁ ସଜେଇ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର

mahabharatanews

Leave a Comment